ଟିକା ନେଲେ ନପୁଂସକ ହେବା ଗୁଜବ ମିଛ: ଡିସିଜିଆଇ
ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ରବିବାର କରୋନା ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି। ଏବେ ଦୁଇଟି କରୋନା ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଜରୁରୀକାଳୀନ ଭାବରେ ବ୍ୟବହାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଭ୍ୟାକ୍ସିନ ତିଆରିରେ ନିୟୋଜିତ ବିଶେଷଜ୍ଞଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏହାରି ଭିତରେ ଟିକାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏହି ଟିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ‘ବିଜେପି ଟିକା’ ବୋଲି ସେ କହିଛନ୍ତି। ସେ ଏହି ଟିକା ନେବେ ନାହିଁ ବୋଲି କହିଛନ୍ତି। ଖାଲି ଏହା ନୁହେଁ କରୋନା ଟିକାକୁ ନେଇ ଅନେକ ମିଛ ଖବର ବି ପ୍ରଚାର ହେଉଛି। ଟିକାକରଣର ପରେ ନପୁଂସକ ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ଗୁଜବ ଉଠିଛି।
#WATCH I We'll never approve anything if there's slightest of safety concern. Vaccines are 110 % safe. Some side effects like mild fever, pain & allergy are common for every vaccine. It (that people may get impotent) is absolute rubbish: VG Somani,Drug Controller General of India pic.twitter.com/ZSQ8hU8gvw
— ANI (@ANI) January 3, 2021
ଏହି ଗୁଜବ ବ୍ୟାପିବା ପରେ ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଗୁଜବକୁ ଏଡ଼ାଇବା ପାଇଁ ନିବେଦନ କରିଛନ୍ତି। ଏହି ଉଭୟ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଲୋକଙ୍କୁ ଏ ବାବଦରେ ଚିନ୍ତା କିମ୍ବା ସନ୍ଦେହ କରିବାକୁ ଆବଶ୍ୟକ ନାହିଁ। ଟିକାକୁ ଅନୁମୋଦନ ଦେବା ପୂର୍ବରୁ ସମସ୍ତ କ୍ଲିନିକାଲ ଟ୍ରାଏଲ ହୋଇଛି ବୋଲି ଡ୍ରଗ୍ କଣ୍ଟ୍ରୋଲର ପକ୍ଷରୁ କୁହାଯାଇଛି।
ତେବେ ଟିକାକରଣର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ରହିପାରେ ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା, ଆଲର୍ଜି ଭଳି ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ପକ୍ଷରୁ କୁହାଯାଇଛି। ଏମିତିକି ଯଦି କୌଣସି ଅସୁବିଧା ହୁଏ, ତେବେ ଟିକାକରଣ କେନ୍ଦ୍ରର ବିଶେଷଜ୍ଞମାନେ ସେହି ବ୍ୟକ୍ତିଙ୍କର ଯତ୍ନ ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।