‘ରାସ୍ତାରେ ବସି ନିଜ ମତ ଅନ୍ୟ ଉପରେ ଲଦିବା ଆତଙ୍କବାଦର ଏକ ରୂପ’

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଶୁକ୍ରବାର ଶାହୀନ୍‌ବାଗ୍‌ ଆନ୍ଦୋଳନକୁ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ସାଧାରଣ ଜନଜୀବନକୁ ପ୍ରଭାବିତ କରି ନିଜ ମତ ଅନ୍ୟ ଉପରେ ଲଦିବାର ପ୍ରୟାସ କରିବା ଆତଙ୍କବାଦର ଅନ୍ୟ ଏକ ରୂପ। ଭାରତୀୟ ଛାତ୍ର ସଂସଦଠାରେ ଆହୁରି ମଧ୍ୟ କହିଛନ୍ତି, “ଆକ୍ରମଣର ଅର୍ଥ ନୁହେଁ କେବଳ ହିଂସା। ଏହାର ବିଭିନ୍ନ ପ୍ରକାର ରହିଛି। ଯଦି କେହି ମୋ କଥା ଶୁଣୁନି, ମୁଁ ସାଧାରଣ ଜୀବନରେ ବାଧା ପହଞ୍ଚାଇବି।” ଭାଷଣରେ […]

arif

Subrat Kumar Nayak
  • Published: Friday, 21 February 2020
  • , Updated: 21 February 2020, 09:30 PM IST

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ଶୁକ୍ରବାର ଶାହୀନ୍‌ବାଗ୍‌ ଆନ୍ଦୋଳନକୁ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ସାଧାରଣ ଜନଜୀବନକୁ ପ୍ରଭାବିତ କରି ନିଜ ମତ ଅନ୍ୟ ଉପରେ ଲଦିବାର ପ୍ରୟାସ କରିବା ଆତଙ୍କବାଦର ଅନ୍ୟ ଏକ ରୂପ।

ଭାରତୀୟ ଛାତ୍ର ସଂସଦଠାରେ ଆହୁରି ମଧ୍ୟ କହିଛନ୍ତି, “ଆକ୍ରମଣର ଅର୍ଥ ନୁହେଁ କେବଳ ହିଂସା। ଏହାର ବିଭିନ୍ନ ପ୍ରକାର ରହିଛି। ଯଦି କେହି ମୋ କଥା ଶୁଣୁନି, ମୁଁ ସାଧାରଣ ଜୀବନରେ ବାଧା ପହଞ୍ଚାଇବି।”

ଭାଷଣରେ ସେ କହିଥିଲେ, “ଅସହମତି ଗଣତନ୍ତ୍ରର ଅଂଶ। ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ ବିଜ୍ଞାନ ଭବନ ବାହାରେ କିଛି ଲୋକ ବସି କହିବେ ଛାତ୍ର ସଂସଦ ଆମେ ଚାହୁଁଥିବା ରିଜୋଲ୍ୟୁସନ୍‌ ପାରିତ ନକଲେ ଉଠିବୁନି। ଏହା ଆତଙ୍କବାଦର ଆଉ ଏକ ରୂପ।” ସେ କହିଥିଲେ, ସବୁ କଥାରେ ଦ୍ୱନ୍ଦ୍ୱ ଆଣନି। ନିଜର ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଆଉ କାହା ଉପରେ ନିଜର ମତ ଲଦିବାକୁ ପ୍ରୟାସ କରନି।

Related story