ହରଡଘଣାରେ ଜିଓ ସିମ୍ ନେଇଥିବା ୧୨ କୋଟି ଗ୍ରାହକ ! ବଜାରରେ ବୁଲୁଛି ଲିକ୍ ହୋଇଥିବା ଗୁପ୍ତ ତଥ୍ୟ

ଜିଓକୁ ନେଇ ପୁଣି ଚର୍ଚ୍ଚା। ଆଧାରକାର୍ଡ ଦେଇ ଜିଓ ସିମ୍ କିଣିଥିବା ଗ୍ରାହକଙ୍କ ଗୁପ୍ତ ତଥ୍ୟ ଏବେ ବଜାରରେ ବୁଲୁଛି। magicapk.com ନାମକ ଏକ ୱେବସାଇଟ୍ ଆଧାରକାର୍ଡ ଦେଇ ଜିଓ ସିମ୍ କିଣିଥିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଲିକ୍ କରିଛି। ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମନରେ ଏକରକମର ଭୟ ସୃଷ୍ଟି ହୋଇଛି। ଏହି ୱେବସାଇଟ୍ ଲିଙ୍କ୍ ଖୋଲିବା ଦ୍ୱାରା ଜିଓ ଗ୍ରାହକଙ୍କ ନାଁ, ଫେ।ନ ନମ୍ୱର, ସିମ୍ ଆକ୍ଟିଭେସନର ତାରିଖ, ଇମେଲ […]

reliance-jio

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 10:14 PM IST

ଜିଓକୁ ନେଇ ପୁଣି ଚର୍ଚ୍ଚା। ଆଧାରକାର୍ଡ ଦେଇ ଜିଓ ସିମ୍ କିଣିଥିବା ଗ୍ରାହକଙ୍କ ଗୁପ୍ତ ତଥ୍ୟ ଏବେ ବଜାରରେ ବୁଲୁଛି। magicapk.com ନାମକ ଏକ ୱେବସାଇଟ୍ ଆଧାରକାର୍ଡ ଦେଇ ଜିଓ ସିମ୍ କିଣିଥିବା ଗ୍ରାହକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଲିକ୍ କରିଛି। ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ ଗ୍ରାହକଙ୍କ ମନରେ ଏକରକମର ଭୟ ସୃଷ୍ଟି ହୋଇଛି।

ଏହି ୱେବସାଇଟ୍ ଲିଙ୍କ୍ ଖୋଲିବା ଦ୍ୱାରା ଜିଓ ଗ୍ରାହକଙ୍କ ନାଁ, ଫେ।ନ ନମ୍ୱର, ସିମ୍ ଆକ୍ଟିଭେସନର ତାରିଖ, ଇମେଲ ଆଇଡି ଓ ଆଧାର ନମ୍ୱର ଭଳି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି। ଯାହାଦ୍ୱାରା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଭାରତରେ ପ୍ରାୟ ୧୨ କୋଟି ଲୋକ ଜିଓ ସିମ୍ ବ୍ୟବହାର କରିଥାନ୍ତି। ତେବେ କେତେଜଣଙ୍କ ତଥ୍ୟ ଚୋରି ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳିପାରି ନାହିଁ। ୯ ଜୁନ୍‌ରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଓ ଗ୍ରାହକ ଏହାର ସତ୍ୟାସତ ଜାଣିବାକୁ ଏହି ୱେବସାଇଟ୍ ଚେକ୍ କରିଥିଲେ। ଅଧିକ ସଂଖ୍ୟକ ଲୋକ ଏକ ସମୟରେ ଚେକ୍ କରିବାରୁ ଏହି ୱେବସାଇଟ୍‌ଟି କ୍ରାସ ହୋଇଯାଇଛି।  ସିଲିଣ୍ଡର ଗ୍ୟାସ ପାଖରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସବୁ କ୍ଷେତ୍ରରେ ଆଧାରକାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ତେଣୁ ଆଧାରକାର୍ଡ ତଥ୍ୟ ଲିକ୍ ହେବା ପରେ ଜିଓ ଗ୍ରାହକ ଏବେ ଦ୍ୱନ୍ଦରେ ପଡିଯାଇଛନ୍ତି।

ତେବେ ଜିଓ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୱେବସାଇଟରେ ଆସୁଥିବା ତଥ୍ୟରେ କୌଣସି ସତ୍ୟତା ନାହିଁ। ଜିଓ ଗ୍ରାହକଙ୍କ ସମସ୍ତ ତଥ୍ୟ ସୁରକ୍ଷିତ ଅଛି ।ତେଣୁ ଜିଓ ୟୁଜର ମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ।

Related story