ସାଧ୍ୱୀଙ୍କ ବିରୋଧରେ ପିଟିସନ୍‌

ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ବିଜେପି ମଧ୍ୟପ୍ରଦେଶ ଭୋପାଲ ଆସନରୁ ପ୍ରାର୍ଥୀ କରିଥିବାରୁ ଏହାକୁ ଚାରିଆଡ଼ୁ ବିରୋଧ ହେବାରେ ଲାଗିଛି। ବିରୋଧୀ ଦଳଗୁଡ଼ିକ ବିଜେପି ଜଣେ ଆତଙ୍କବାଦୀଙ୍କୁ ପ୍ରାର୍ଥୀ କରିଥିବା ଅଭିଯୋଗ କରିଥିବା ବେଳେ ଆଜି ସାଧ୍ୱୀଙ୍କ ବିରୋଧରେ ଏକ ପିଟିସନ୍‌ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି। ସାମାଜିକ କର୍ମୀ ତେହସିନ ପୁନାୱାଲା ଏଭଳି ପିଟିସନ୍‌ ଦାଏର କରିବା ସହ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବିରତ କରାଯାଉ ବୋଲି ଆବେଦନରେ […]

hg

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 07:00 PM IST

ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ବିଜେପି ମଧ୍ୟପ୍ରଦେଶ ଭୋପାଲ ଆସନରୁ ପ୍ରାର୍ଥୀ କରିଥିବାରୁ ଏହାକୁ ଚାରିଆଡ଼ୁ ବିରୋଧ ହେବାରେ ଲାଗିଛି। ବିରୋଧୀ ଦଳଗୁଡ଼ିକ ବିଜେପି ଜଣେ ଆତଙ୍କବାଦୀଙ୍କୁ ପ୍ରାର୍ଥୀ କରିଥିବା ଅଭିଯୋଗ କରିଥିବା ବେଳେ ଆଜି ସାଧ୍ୱୀଙ୍କ ବିରୋଧରେ ଏକ ପିଟିସନ୍‌ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି।

ସାମାଜିକ କର୍ମୀ ତେହସିନ ପୁନାୱାଲା ଏଭଳି ପିଟିସନ୍‌ ଦାଏର କରିବା ସହ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବିରତ କରାଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି। ସେ କହିଛନ୍ତି, “ ଯଦି ସାଧ୍ୱୀ ନିର୍ବାଚନ ଲଢ଼ିବାକୁ ପୂରା ଫିଟ୍‌ ଅଛନ୍ତି, ତା’ହେଲେ ସେ ଜେଲ୍‌ ଯିବାକୁ ଅନୁରୂପ ଭାବେ ଫିଟ୍‌ ରହିବା ଦରକାର। କୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଜାମିନ୍‌ ଦେଇଥିଲେ।

ନିର୍ବାଚନ ଆଚରଣ ବିଧି ଅନୁଯାୟୀ, ଜଣେ ସଙ୍ଗିନ ଅପରାଧିକ ମାମଲାରେ ଅଭିଯୁକ୍ତ କେବେ ହେଲେ ନିର୍ବାଚନ ଲଢ଼ିପାରିବେ ନାହିଁ। ମାଲେଗାଓଁ ବିସ୍ଫୋରଣ ଘଟଣାରେ ସାଧ୍ୱୀଙ୍କୁ କୋର୍ଟ ଜାମିନ୍‌ ଦେଇଛନ୍ତି। ସେ ଦୋଷମୁକ୍ତ ହୋଇନାହାନ୍ତି। ସେ ଜଣେ ସିରିଏଲ୍‌ ଅଫେଣ୍ଡର। ତଥାପି ତାଙ୍କୁ କେମିତି ଟିକେଟ୍‌ ମିଳିଲା? ଯେଉଁ ବ୍ୟକ୍ତିଙ୍କ ନାଁରେ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ସଙ୍ଗିନ ଦଫା ରହିଛି, ତାଙ୍କୁ ନିର୍ବାଚନ କମିଶନ ନିର୍ବାଚନ ଲଢ଼ିବାକୁ ଅନୁମତି କେମିତି ଦେବେ” ବୋଲି ସେ ଯୁକ୍ତି କରିଛନ୍ତି।

Related story