ପୁଣି କମିଲା ତୈଳ ଦର, ହେଲେ...

ନୂଆଦିଲ୍ଲୀ: ଆଜି ବି ତୈଳ ଦର ହ୍ରାସ ପାଇଛି। ଗତକାଲି ତୈଳ ଦର ଏକ ପଇସା ହ୍ରାସ ପାଇଥିବା ବେଳେ ଆଜି ପେଟ୍ରୋଲ ଲିଟର ପିଛା ୭ ପଇସା ଓ ଡିଜେଲ୍ ଲିଟର ପିଛା ୫ ପଇସା ହ୍ରାସ ପାଇଛି। ଏହି ହ୍ରାସ ସହିତ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୭୮ଟଙ୍କା ୩୫ ପଇସା ରହିଛି। ଗତକାଲି ଏହି ଦର ୭୮ ଟଙ୍କା ୪୨ ପଇସା ଥିଲା। ସେହିଭଳି ଡିଜେଲ ଦର ଲିଟର ପିଛା […]

petrol

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 08:05 AM IST

ନୂଆଦିଲ୍ଲୀ: ଆଜି ବି ତୈଳ ଦର ହ୍ରାସ ପାଇଛି। ଗତକାଲି ତୈଳ ଦର ଏକ ପଇସା ହ୍ରାସ ପାଇଥିବା ବେଳେ ଆଜି ପେଟ୍ରୋଲ ଲିଟର ପିଛା ୭ ପଇସା ଓ ଡିଜେଲ୍ ଲିଟର ପିଛା ୫ ପଇସା ହ୍ରାସ ପାଇଛି।

ଏହି ହ୍ରାସ ସହିତ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୭୮ଟଙ୍କା ୩୫ ପଇସା ରହିଛି। ଗତକାଲି ଏହି ଦର ୭୮ ଟଙ୍କା ୪୨ ପଇସା ଥିଲା। ସେହିଭଳି ଡିଜେଲ ଦର ଲିଟର ପିଛା ୬୯.୨୫ ଟଙ୍କା ରହିଛି। ଗତକାଲି ଏହି ଦର ୬୯.୩୦ ଟଙ୍କା ଥିଲା।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୭ଟଙ୍କା ୧୫ ପଇସା ରହିଥିବା ବେଳେ ଡିଜେଲ ଦର ୭୪ଟଙ୍କା ୨୪ ପଇସା ରହିଛି। ଗତକାଲି ଏହି ଦର ଯଥାକ୍ରମେ ୭୭ଟଙ୍କା ୨୨ ପଇସା ଓ ୭୪ଟଙ୍କା ୨୯ ପଇସା ରହିଥିଲା।

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗତକାଲି ପ୍ରଥମ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା। ତେବେ ଏହା ଗ୍ରାହକଙ୍କୁ ନିରାଶ କରିଥିଲା। ଆଜିର ହ୍ରାସ ବି ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଗତକାଲି ପ୍ରଥମେ ସୂଚନା ଆସିଲା ପେଟ୍ରୋଲ ଲିଟର ପିଛା ୬୦ ପଇସା ହ୍ରାସ ପାଇଛି। ତେବେ କିଛି ସମୟରେ ଜଣାପଡ଼ିଲା ଯେ ବୈଷୟିକ ତ୍ରୁଟି ଯୋଗୁଁ ଭୁଲ୍ ତଥ୍ୟ ଆସି ଯାଇଥିଲା।

ମେ’ ୧୪ ପରଠାରୁ ପେଟ୍ରଲୋ ଦର ଲିଟର ପିଛା ୩.୮୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୩.୩୮ ଟଙ୍କା ବଢ଼ିଥିଲା।

Related story