ମହଙ୍ଗା ଛାଟ; ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ, ଡିଜେଲ ଦାମ୍‌

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ ।  ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ।  ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି । ଆଇଓସିଏଲର ତଥ୍ୟ ଅନୁସାରେ, […]

petrol

Niharika Rout
  • Published: Tuesday, 22 March 2022
  • , Updated: 22 March 2022, 12:29 PM IST

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ ।  ଦୀର୍ଘ ୧୩୭ ଦିନ ପରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର ।  ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ମଙ୍ଗଳବାର ସକାଳୁ ନୂଆ ଦର ଲାଗୁ ହୋଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି ।

ଆଇଓସିଏଲର ତଥ୍ୟ ଅନୁସାରେ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କାରେ ପହଞ୍ଚିଛି।  ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା ।  କୋଳକତାରେ ଆଜି ପେଟ୍ରୋଲ ଦାମ ଲିଟର ପ୍ରତି ୧୦୫.୪୭ ଟଙ୍କା ଥିବା ବେଳେ ଡିଜେଲ ଦାମ୍‌ ୯୦.୫୯ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ଦାମ୍‌ ୧୦୨.୧୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ  ଲିଟର ପିଛା ୯୨.୧୯ ଟଙ୍କାରେ ପହଞ୍ଚିଛି।

ସମଗ୍ର ଦେଶରେ ପାଟ୍ରୋଲ, ଡିଜେଲ ଦାମ୍‌ ବଢ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଦର ଲାଗୁ ହୋଇଛି।  ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି ।  ବାଲେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି॥ ବାଲେଶ୍ୱରରେ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କାରେ ପହଞ୍ଚିଛି।  ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇବା ସହ ପେଟ୍ରୋଲ ଦର ୧୦୩.୭୯ ଓ ଡିଜେଲ ୯୩.୫୯ ଟଙ୍କା ହୋଇଛି   । ସେହିପରି ମାଲକାନଗିରିରେ ପେଟ୍ରୋଲ ୮୪, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୮.୩୯ ଓ ଡିଜେଲ ୯୮.୩୦ ଟଙ୍କାରେ ପହଞ୍ଚିଛି ।

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୩୦ ଡଲାର ପାର୍‌ କରି ଯାଇଥିଲା। କିନ୍ତୁ ଉକ୍ତ ସମୟରେ ଆମ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ତେଲ ରେଟ୍‌ ଅପରିବତ୍ତିଆତ ରହିଥିଲା। କିନ୍ତୁ ଏବେ  ଅନ୍ତର୍ଜାତୀୟ ବଜାରରେ Brent Oil ଦର ଖସି  ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଥିବା ବେଳେ ଦେଶରେ ବଢ଼ିଛି ଦାମ୍‌ ।

Related story