ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।  ଏହା ସହିତ ଡିଜେଲ ଦାମ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ ବଢ଼ି ନ ଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ […]

Petrol-Diesel-1

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 02:03 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।  ଏହା ସହିତ ଡିଜେଲ ଦାମ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ଗତ ତିନି ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ ବଢ଼ି ନ ଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ ଜାଣିଶୁଣି ପେଟ୍ରୋଲିଅମ କମ୍ପାନିଗୁଡ଼ିକ ଦାମ୍ ବୃଦ୍ଧି କରି ନ ଥିଲେ।

ତେବେ ପ୍ରଥମ କରି ଏହା ପରିଲକ୍ଷିତ ହୋଇନାହିଁ। ଗୁଜରାଟ ନିର୍ବାଚନ ଠିକ୍ ଆଗରୁ ମଧ୍ୟ ଏପରି ହୋଇଥିଲା। ଗୁଜରାଟ ବିଧାନସଭା ନିର୍ବାଚନର ୧୫ଦିନ ଆଗରୁ ତୈଳ କମ୍ପାନିଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଦାମ ଲିଟର ପିଛା ୧ରୁ ୩ ପଇସା ଲେଖାଏଁ ହ୍ରାସ କରିଥିଲେ। ନିର୍ବାଚନ ସରୁ ସରୁ ପୁଣି ଦାମ୍ ବଢ଼ିଥିଲା। ତେଣୁ ସାଧାରଣରେ ଚର୍ଚ୍ଚା ହୋଇଥିଲା ଯେ, ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶରେ ପେଟ୍ରୋଲିଅମ କମ୍ପାନିଗୁଡ଼ିକ ଦାମ୍ ହ୍ରାସ କରିଥିଲେ।  କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି। ନିର୍ବାଚନକୁ ଦେଖି ଏପରି କରାଯାଇଛି ବୋଲି  ପେଟ୍ରୋଲିୟମ କମ୍ପାନିଗୁଡ଼ିକ ଏହା ମାନିବାକୁ ନାରାଜ।

Related story