ଲଗାତାର ଚତୁର୍ଥ ଦିନ ପାଇଁ କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ:  ଆଜି ପୁଣି ଥରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି। ଲଗାତାର ଚତୁର୍ଥ ଦିନ ପାଇଁ ଏହି ହ୍ରାସ କରାଯାଇଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୯ ପଇସା ଶସ୍ତା ହୋଇଛି। ଏହି ହ୍ରାସ ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ୨୦ ପଇସା ଓ ଡିଜେଲ ଲିଟର ପିଛା ଦର ୬୯ ଟଙ୍କା ୧୧ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର […]

fuel

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 10:25 AM IST

ନୂଆଦିଲ୍ଲୀ:  ଆଜି ପୁଣି ଥରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିଛନ୍ତି। ଲଗାତାର ଚତୁର୍ଥ ଦିନ ପାଇଁ ଏହି ହ୍ରାସ କରାଯାଇଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୯ ପଇସା ଶସ୍ତା ହୋଇଛି।

ଏହି ହ୍ରାସ ପରେ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ୨୦ ପଇସା ଓ ଡିଜେଲ ଲିଟର ପିଛା ଦର ୬୯ ଟଙ୍କା ୧୧ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ୦୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୩ ଟଙ୍କା ୫୮ ପଇସା ହୋଇଛି।

ଭୁବନେଶ୍ୱରରେ ଗତକାଲି ପେଟ୍ରୋଲ ଦର ଲିଟର ପିଛା ୭୭ଟଙ୍କା ୦୯ପଇସା ଥିବା ବେଳେ ଆଜି ଏହା ୭୭ ଟଙ୍କା ହୋଇଛି। ସେହିପରି ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୦୯ ପଇସା ରହିଛି।

ସୂଚନା ଅନୁଯାୟୀ ଆନ୍ତର୍ଜାତିକ ବଜାରରେ ୪ ଦିନ ହେଲା ଅଶୋଧିତ ତୈଳର ଦାମ୍ ହ୍ରାସ ପାଉଛି। ଫଳରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ହ୍ରାସ ହେଉଛି।

କର୍ଣ୍ଣାଟକ  ନିର୍ବାଚନ ପରେ  ୧୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର  ବୃଦ୍ଧି ପାଇଥିଲା। ବୁଧବାର ଠାରୁ ତେଲ ଦର ହ୍ରାସ ପାଇଛି। ବୁଧବାର ପେଟ୍ରୋଲ ଦର ଲିଟର ପିଛା ୧ ପଇସା ହ୍ରାସ ପାଇଥିବା ବେଳେ ଗୁରୁବାର ପେଟ୍ରୋଲ ଦର ଲିଟର ପିଛା ୭ ପଇସା ଓ ଡିଜେଲ ଦର ଲିଟର ପିଛା ୫ ପଇସା ହ୍ରାସ ପାଇଥିଲା। ସେହିଭଳି ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୬ ପଇସା  ଓ ଡିଜେଲ ଲିଟର ପିଛା ୫ ପଇସା  ହ୍ରାସ ପାଇଥିଲା। ତେବେ ତେଲ ଦରରେ କରାଯାଉଥିବା ଏଭଳି ହ୍ରାସକୁ ନେଇ ଗ୍ରାହକ ସନ୍ତୁଷ୍ଟ ନୁହଁନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପେଟ୍ରୋଲ ଓ ଡଜେଲର ଦର ନିର୍ଦ୍ଧାରଣ ତୈଳ କମ୍ପାନୀଗୁଡ଼ିକ କରନ୍ତି, ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ।

Related story