ନୂଆଦିଲ୍ଲୀ: ସାରା ଦେଶରେ ପାର୍ବଣର ଋତୁ ଚାଲିଛି। ଏହି ସମୟରେ ପିଆଜି କନ୍ଦାଉଥିବା ବେଳେ ତରକାରୀ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଆଉ ଏକ ଆଇଟମ୍ ବିଲାତି ଏବେ ମହଙ୍ଗା ହୋଇଛି। ଯାହାକି ରାଜଧାନୀରେ ରହୁଥିବା ଗ୍ରାହକଙ୍କୁ ଅସନ୍ତୁଷ୍ଟ କରିଛି।
ପିଆଜ ପରେ ବିଲାତିର ଦାମ ସପ୍ତମ ଦଶକ ଘରେ ଆସି ପହଞ୍ଚିଛି। ସପ୍ତାହକ ତଳେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବିଲାତି ଏବେ ୭୦ ଟଙ୍କା ପାରି ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୪ ଟଙ୍କା ଥିବା ବେଳେ ପିଆଜି କିଲୋ ପିଛା କିନ୍ତୁ ୮୦ ଟଙ୍କା ଛୁଇଁଛି। ଦିଲ୍ଲୀକୁ ଏବେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରୁ ବିଲାତି ଆସୁଛି।
ବ୍ୟବସାୟୀ କହିଛନ୍ତି ଲଗାଣ ବର୍ଷା ଓ ବନ୍ୟା ପାଇଁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଲାତି ଚାଷ ନଷ୍ଟ ହୋଇଯାଇଛି। ଏବେ ଦିଲ୍ଲୀରେ ଚାହିଦା ତୁଳନାରେ କମ୍ ରହିଛି ବିଲାତି ଦର। ତେଣୁ ବିଲାତି ଏବେ ରାଜଧାନୀରେ ଭାଉ ଖାଉଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ପିଆଜ ଦର ମଧ୍ୟ ସମାନ କାରଣ ପାଇଁ ବଢ଼ିଯାଇଛି। ପିଆଜ ଚାଷରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟ ପ୍ରଦେଶରେ ନିକଟରେ ଲଗାଣ ବର୍ଷା ହୋଇଛି। ଏବେ ଯେଉଁ ପିଆଜ ବିକ୍ରି ହେଉଛି ତାହା ମଣ୍ଡିରେ ମହଜୁଦ ଥିବା ପିଆଜ। ଖରିଫ ଋତୁରେ ହୋଇଥିବା ପିଆଜ ଚାଷ ନଭେମ୍ୱରରେ ବଜାରକୁ ଆସିବ ବୋଲି ଜଣାପଡ଼ିଛି। ତେଣୁ ଦେଶରେ କିଛି ସ୍ଥାନରେ ପିଆଜ ଏବେ ୮୦ ଟଙ୍କା ଛୁଇଁଛି।