ପେଟ୍ରୋଲ ନିଆଁ: ଧର୍ମେନ୍ଦ୍ର କହିଲେ ଦି ହାତରେ ଲଡ଼ୁ ସମ୍ଭବ ନୁହଁ , ଦର କମିବ  କିନ୍ତୁ ....

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ଝଡ଼ ସୃଷ୍ଟି ହେବା ପରେ  ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କହିଛନ୍ତି ଖୁବ୍‌ଶୀଘ୍ର ତେଲ ଦର କମିବ। କିନ୍ତୁ ଟ୍ୟାକ୍ସ ହଟିବ ନାହିଁ। ସେ କହିଛନ୍ତି ଯେ, ନିକଟରେ ଆମେରିକାରେ ଆସିଥିବା ହରିକେନ ଝଡ଼ ଯୋଗୁ ତେଲ  ଦର ବଢିଥିଲା। ତେବେ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳର ମୂଲ୍ୟ କମିଥିବାରୁ ଖୁବ୍‌ ଶୀଘ୍ର ତେଲ ଦର କମିବ । ଶନିବାର ଧର୍ମେନ୍ଦ୍ର ଏହା କହିଛନ୍ତି। […]

dhrmendra-1

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 09:13 PM IST

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ଝଡ଼ ସୃଷ୍ଟି ହେବା ପରେ  ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କହିଛନ୍ତି ଖୁବ୍‌ଶୀଘ୍ର ତେଲ ଦର କମିବ। କିନ୍ତୁ ଟ୍ୟାକ୍ସ ହଟିବ ନାହିଁ। ସେ କହିଛନ୍ତି ଯେ, ନିକଟରେ ଆମେରିକାରେ ଆସିଥିବା ହରିକେନ ଝଡ଼ ଯୋଗୁ ତେଲ  ଦର ବଢିଥିଲା। ତେବେ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳର ମୂଲ୍ୟ କମିଥିବାରୁ ଖୁବ୍‌ ଶୀଘ୍ର ତେଲ ଦର କମିବ । ଶନିବାର ଧର୍ମେନ୍ଦ୍ର ଏହା କହିଛନ୍ତି। ତେବେ ତୈଳ ଉପରୁ ଟ୍ୟାକ୍ସ ଛାଡ ହେବ କି ନାହିଁ ପଚରାଯିବାରୁ ଉତ୍ତରରେ ମନା କରିଥିଲେ ଧର୍ମେନ୍ଦ୍ର।

 ସେ କହିଥିଲେ ଯେ, ଜନହିତକର ଯୋଜନାର ଭିତ୍ତିଭୂମିର ବିକାଶ ପାଇଁ ଟ୍ୟାକ୍ସର ଆବଶ୍ୟକତା ରହିଛି।  ଓଲଟି ସେ ପ୍ରଶ୍ନ କରିଥିଲେ। ପଚାରିଥିଲେ କ’ଣ ଆମର ଭଲ ରାସ୍ତା, ପାନୀୟ ଜଳ ନା ପିଲାମାନଙ୍କ ପାଇଁ ଭଲ ଶିକ୍ଷାର ଆବଶ୍ୟକତା ନାହିଁ ? ସେ କହିଥିଲେ ଯେ, ଆପଣଙ୍କ ଦୁଇଟା  ହାତରେ କେବେ ହେଲେ ଲଡ଼ୁ ଧରାଇଦେଇ ହେବ ନାହିଁ।

ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ବିକାଶ ପାଇଁ ପାଣ୍ଠି ଆବଶ୍ୟକ। ଆଉ ଏହି ପାଣ୍ଠି ଏକ ଲୁକାୟିତ ସମ୍ପତ୍ତି ନୁହଁ। ସମସ୍ତେ ଜାଣନ୍ତି ଲୋକମାନଙ୍କଠାରୁ ଯେଉଁ ରାଜସ୍ୱ ଆଦାୟ ହେଉଛି ତାହା ଜନକଲ୍ୟାଣରେ ବିନିଯୋଗ ହେଉଛି।  ତେବେ ପେଟ୍ରୋଲିୟମ ପ୍ରଡକ୍ଟକୁ  ଜିଏସଟି ଅନ୍ତର୍ଭୁକ୍ତ ନେଇ ସେ ଅଶାବାଦୀ ଥିବା କହିଛନ୍ତି। ଜିଏସଟି ପରିସରଭୁକ୍ତ ହେଲେ ସବୁ ରାଜ୍ୟରେ ତେଲ ଦର ହ୍ରାସ ପାଇବ ବୋଲି ସେ କହିଛନ୍ତି।

Related story