କରୋନା ଟିକାର ୫୦୦ ଡୋଜ୍‌କୁ ନଷ୍ଟ କରିଦେଲେ ଫାର୍ମାସିଷ୍ଟ, ଜାଣନ୍ତୁ କାରଣ

ୱାଶିଂଟନ: ମହାମାରୀ କରୋନା ଭାଇରସକୁ ମାତ୍ ଦେବା ପାଇଁ ଟିକା ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏବେ ହୀରା ଓ ସୁନା ଠାରୁ ମଧ୍ୟ ଟିକାର ଗୁରୁତ୍ୱ ଅଧିକ ରହିଛି। ଏସବୁ ଭିତରେ ଜଣେ ଫାର୍ମାସିଷ୍ଟ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ୫୦୦ ଡୋଜ୍‌କୁ ନଷ୍ଟ କରିଦେଇଛନ୍ତି। ଏହି ଟିକା ନେଲେ ଲୋକଙ୍କ ଡିଏନଏ ବଦଳି ଯିବ ବୋଲି ସେ ଦାବି କରି ଏଭଳି ଘଟାଇଥିବା କହିଛନ୍ତି। ଏଥିପାଇଁ ପୁଲିସ୍‌ ତାଙ୍କୁ ଗି‍ରଫ ମଧ୍ୟ […]

yh

Hemant Lenka
  • Published: Wednesday, 06 January 2021
  • , Updated: 06 January 2021, 06:32 PM IST

ୱାଶିଂଟନ: ମହାମାରୀ କରୋନା ଭାଇରସକୁ ମାତ୍ ଦେବା ପାଇଁ ଟିକା ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏବେ ହୀରା ଓ ସୁନା ଠାରୁ ମଧ୍ୟ ଟିକାର ଗୁରୁତ୍ୱ ଅଧିକ ରହିଛି। ଏସବୁ ଭିତରେ ଜଣେ ଫାର୍ମାସିଷ୍ଟ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାର ୫୦୦ ଡୋଜ୍‌କୁ ନଷ୍ଟ କରିଦେଇଛନ୍ତି। ଏହି ଟିକା ନେଲେ ଲୋକଙ୍କ ଡିଏନଏ ବଦଳି ଯିବ ବୋଲି ସେ ଦାବି କରି ଏଭଳି ଘଟାଇଥିବା କହିଛନ୍ତି। ଏଥିପାଇଁ ପୁଲିସ୍‌ ତାଙ୍କୁ ଗି‍ରଫ ମଧ୍ୟ କରିଛି।

ଆମେରିକାର ଗ୍ରାଫଟନରେ ଥିବା Aurora Medical Center କାମ କରୁଥିବା ଉକ୍ତ ଫାର୍ମାସିଷ୍ଟଙ୍କ ନାଁ ଷ୍ଟିଭେନ। ସେ ଏଠାରେ କାମ କରୁଥିବା ବେଳେ ପ୍ରଥମେ ମଡର୍ଣ୍ଣା ଟିକାର ୫୭ଟି ଭିଆଲ୍ସକୁ ନଷ୍ଟ କରିଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ମୋଟ ୫୦୦ଟି ଡୋଜ୍‌କୁ ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ଟିକାର ଏହି ଡୋଜ୍‌ଗୁଡ଼ିକୁ ରିଫ୍ରେଜରେଟର୍‌ରେ ରଖାଯାଇଥିଲା। କିନ୍ତୁ ଷ୍ଟିଭେନ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଜଣେ ବ୍ୟକ୍ତିଙ୍କ ଡିଏନଏ ବଦଳାଇ ଦେବ ବୋଲି ଅଭିଯୋଗ କରି ଏହାକୁ ରିଫ୍ରେଜରେଟର୍‌ ମଧ୍ୟରୁ ବାହାର କରି ନଷ୍ଟ କରିଦେଇଥିଲେ।

ଷ୍ଟିଭେନ ପୁଲିସ୍‌ ଓ କୋର୍ଟ ଆଗରେ ସମାନ କଥା ଦୋହରାଇଛନ୍ତି। ଏଥିସହ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଆଦୌ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଷ୍ଟିଭେନ କିଛି ଦିନ ହେବ, ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚିନ୍ତାରେ ରହିଥିଲେ। ଏପରି କି ତାଙ୍କର ଛାଡ଼ପତ୍ର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ତେଣୁ ଏସବୁ ମାନସିକ ଯନ୍ତ୍ରଣା ଯୋଗୁ ସେ ଏଭଳି କରିଥାଇପାରନ୍ତି। କୋର୍ଟ ଏବେ ପୁଲିସକୁ ଘଟଣାର ତଦନ୍ତ ପାଇଁ କହିଛନ୍ତି।

ଆମେରିକାରେ ଫାଇଜର ବ୍ୟତୀତ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି। ଏସବୁ ଭିତରେ ଜଣେ ଫାର୍ମାସିଷ୍ଟଙ୍କ ଏଭଳି ଦାବି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Related story