ମାସ୍କ ଚୋରି ଅଭିଯୋଗରେ ଜେଲ୍ ଗଲେ ଫାର୍ମାସିଷ୍ଟ

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ସମସ୍ତେ ଏବେ ଉପଚାରକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଏନ୯୫ ମାସ୍କର ଚାହିଦା ବଢ଼ିଯାଇଛି। ମହାରାଷ୍ଟ୍ରର ପୁଣେ ସହରର ଜଣେ ପ୍ରତିଷ୍ଠିତ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟ ୩୫,୦୦୦ ରୁ ଅଧିକ ମୂଲ୍ୟର ମାସ୍କ ଔଷଧ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ଏ ନେଇ ପୁଲିସ୍ କହିଛି। କୋରେଗାଓଁ ପାର୍କ ଥାନାର ଜଣେ ଅଧିକାରୀ କହିଛନ୍ତି, ଚୋରି ଅଭିଯୋଗରେ ଗିରଫ ଫାର୍ମାସିଷ୍ଟଙ୍କ ବୟସ ୨୮। ଶନିବାର […]

Coronavirus-India

Subhransu Sekhar
  • Published: Monday, 09 March 2020
  • , Updated: 09 March 2020, 12:42 PM IST

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ସମସ୍ତେ ଏବେ ଉପଚାରକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଏନ୯୫ ମାସ୍କର ଚାହିଦା ବଢ଼ିଯାଇଛି। ମହାରାଷ୍ଟ୍ରର ପୁଣେ ସହରର ଜଣେ ପ୍ରତିଷ୍ଠିତ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟ ୩୫,୦୦୦ ରୁ ଅଧିକ ମୂଲ୍ୟର ମାସ୍କ ଔଷଧ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି। ଏ ନେଇ ପୁଲିସ୍ କହିଛି।

କୋରେଗାଓଁ ପାର୍କ ଥାନାର ଜଣେ ଅଧିକାରୀ କହିଛନ୍ତି, ଚୋରି ଅଭିଯୋଗରେ ଗିରଫ ଫାର୍ମାସିଷ୍ଟଙ୍କ ବୟସ ୨୮। ଶନିବାର ଦିନ ସେ ହସ୍ପିଟାଲରେ କାମ କରୁଥିବା ବେଳେ ହସ୍ପିଟାଲର ଫାର୍ମାସିରୁ ମାସ୍କ, ଇଞ୍ଜେକ୍ସନ, ଟାବଲେଟ ଚୋରି କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୩୫,୭୫୦ ଟଙ୍କା ରହିଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେଥିମଧ୍ୟରୁ ୧୬ ଜଣ ଇଟାଲୀର ନାଗରିକ। ବାକି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ, ଦୁବାଇରୁ ସ୍ୱଦେଶ ଫେରିବା ପରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ଆକ୍ରାନ୍ତ ହୋଇଥିବା ୩ କରୋନା ଆକ୍ରାନ୍ତ କିନ୍ତୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

କରୋନା ଉପଚାର

  • କରୋନାରୁ ବର୍ତ୍ତିବା ପାଇଁ କୌଣସି ଭେକସିନ୍ ବା ଔଷଧ ନାହିଁ
  • ସ୍ୱାସ୍ଥ୍ୟ ଖରାପ ହୋଇଥିବା ଲୋକଙ୍କ ସଂପର୍କରେ ଆସନ୍ତୁ ନାହିଁ
  • ସବୁବେଳେ ହାଥକୁ ସାବୁନ କିମ୍ୱା ହ୍ୟାଣ୍ଡ ଓ୍ୱାଶରେ ପରିସ୍କାର ରଖନ୍ତୁ
  • ଆଖି-ନାକ ଏବଂ ମୁହଁକୁ ବାରମ୍ୱାର ଛୁଅନ୍ତୁ ନାହିଁ

Related story