ଭୋପାଲ: ନିର୍ବାଚନ ଆସିଲେ ନେତାମାନେ ଭୋଟରଙ୍କ ମନ କିଣିବା ପାଇଁ କେତେ କ’ଣ କରନ୍ତି, କିନ୍ତୁ ଭୋପାଲରେ ଭୋଟରଙ୍କ ମନ କିଣିପାରିଛନ୍ତି ଜଣେ ସୁନ୍ଦରୀ ପୋଲିଂ ଅଫିସର। ଏଠାରେ ନିର୍ବାଚନ ସରିଯାଇଥିଲେ ମଧ୍ୟ ବୃତ୍ତିରେ ଜଣେ ବ୍ୟାଙ୍କ ଅଫିସର ଯୋଗେଶ୍ୱରୀ ଗୋହିତ୍ଙ୍କ ପୋଲିଂ ଡେ’ ଫଟୋ ଏବେ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ପରି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆଉ ତାଙ୍କୁ ଏତେ ଫ୍ରେଣ୍ଡଶିପ୍ ରିକ୍ୱେଷ୍ଟ ଆସିଛି ଯେ ସେ ନିଜ ଆକାଉଣ୍ଟ ବନ୍ଦ କରିବାକୁ ଚିନ୍ତା କଲେଣି।
କାନାରା ବ୍ୟାଙ୍କରେ କାମ କରୁଥିବା ଯୋଗେଶ୍ୱରୀ ଭୋପାଲର ଗୋବିନ୍ଦପୁରାରେ ପୋଲିଂ ଅଫିର ଭାବରେ ନିୟୋଜିତ ହୋଇଥିଲେ। ସେ ପହଞ୍ଚୁ ପହଞ୍ଚୁ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଡହ ଡହ ଖରାରେ ଏକ ବ୍ଲୁ ଗାଉନ୍ରେ ସେ ନଜର ଆସିଥିଲେ। ଗୋଟିଏ ହାତରେ ଥିଲା ଟ୍ରେଣ୍ଡି ବ୍ୟାଗ୍ ଏବଂ ଆଉ ଆର ହାତରେ ଇଭିଏମ୍ ୟୁନିଟ୍।
ଆଉ ସାମ୍ନାରେ ଏତେ ସଂଖ୍ୟାରେ କ୍ୟାମେରା ଦେଖି ସେ ଅତି ସରଳ ଭାବରେ ସ୍ମିତହାସ୍ୟ ଦେଇ ବୁଥ ଭିତରକୁ ଚାଲିଯାଇଥିଲେ। ତାଙ୍କ ଫଟୋ ଏବେ ଭାଇରାଲ ହେବାପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ନିର୍ବାଚନ ଦିଗ୍ବିଜୟ ସିଂହ ଏବଂ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ମଧ୍ୟରେ ହେଉଥିଲା। କିନ୍ତୁ ଚର୍ଚ୍ଚାର ଶୀର୍ଷରେ ଥିଲେ ସୁନ୍ଦରୀ ଯୋଗେଶ୍ୱରୀ।
କେବଳ ଯୋଗେଶ୍ୱରୀ ନୁହନ୍ତି, ପଞ୍ଚମ ପର୍ଯ୍ୟାୟ ଭୋଟ୍ଗ୍ରହଣ ସମୟରେ ଉତ୍ତରପ୍ରଦେଶର ଏଭଳି ଜଣେ ସୁନ୍ଦରୀ ପୋଲିଂ ଅଫିସର ହଳଦିଆ ଶାଢ଼ୀରେ ବେଶ୍ ଚର୍ଚ୍ଚାରେ ରହିଥିଲେ। ତାଙ୍କ ନାଁ ରୀନା ଦ୍ୱିବେଦୀ ବୋଲି ସୂଚନା ମିଳିଛି।
ଏହି ପୋଲିଂ ଅଫିସର କେବଳ ଫଟୋରେ ନୁହେଁ ଭିଡିଓରେ ମଧ୍ୟ ବେଶ୍ ଭାଇରାଲ ହୋଇଥିଲେ।
https://www.youtube.com/watch?v=kCSsr8H7Wgc
ଆଉ ଏହି ପୋଲିଂ ଷ୍ଟେସନ୍ରେ କୁଆଡ଼େ ଶତପ୍ରତିଶତ ମତଦାନ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ରୀନା ପିଡବଲ୍ୟୁଡି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟରତ।