ଲୋକସଭା ନିର୍ବାଚନକୁ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ଜନସମର୍ଥନ ପାଇ ଦିଲ୍ଲୀରେ ସରକାର ଗଠନ କରିଛି। ତେବେ ଏହି ଲୋକସଭା ନିର୍ବାଚନକୁ ରଦ୍ଦ କରି ପୁଣିଥରେ ବ୍ୟାଲଟ ପେପରରେ ଭୋଟିଂ କରି ଫଳାଫଳ ପ୍ରକାଶ କରିବା ଦାବିରେ ଏକ ଜନସ୍ୱାର୍ଥ ମାମଲା ଆଜି ସୁପ୍ରିମକୋର୍ଟରେ ଦାଏର କରାଯାଇଛି। ବରିଷ୍ଠ ଆଇନଜୀବୀ ଏମଏଲ୍‌ ଶର୍ମାଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ପିଆଇଏଲ୍‌ରେ କୁହାଯାଇଛି ଯେ ଇଭିଏମ୍‌ରେ ହୋଇଥିବା ଭୋଟିଂ ଆଦୌ ବିଶ୍ୱାସଭାଜନ ହୋଇପାରୁ ନାହିଁ। ବିରୋଧୀ ଦଳଗୁଡ଼ିକ […]

wa

Hemant Lenka
  • Published: Thursday, 13 June 2019
  • , Updated: 13 June 2019, 05:30 PM IST

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ଜନସମର୍ଥନ ପାଇ ଦିଲ୍ଲୀରେ ସରକାର ଗଠନ କରିଛି। ତେବେ ଏହି ଲୋକସଭା ନିର୍ବାଚନକୁ ରଦ୍ଦ କରି ପୁଣିଥରେ ବ୍ୟାଲଟ ପେପରରେ ଭୋଟିଂ କରି ଫଳାଫଳ ପ୍ରକାଶ କରିବା ଦାବିରେ ଏକ ଜନସ୍ୱାର୍ଥ ମାମଲା ଆଜି ସୁପ୍ରିମକୋର୍ଟରେ ଦାଏର କରାଯାଇଛି।

ବରିଷ୍ଠ ଆଇନଜୀବୀ ଏମଏଲ୍‌ ଶର୍ମାଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ପିଆଇଏଲ୍‌ରେ କୁହାଯାଇଛି ଯେ ଇଭିଏମ୍‌ରେ ହୋଇଥିବା ଭୋଟିଂ ଆଦୌ ବିଶ୍ୱାସଭାଜନ ହୋଇପାରୁ ନାହିଁ। ବିରୋଧୀ ଦଳଗୁଡ଼ିକ ମଧ୍ୟ ବାରମ୍ବାର ଇଭିଏମ ଟ୍ୟାମ୍ପରିଂ ନେଇ ପ୍ରଶ୍ନ ଉଠାଉଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ଅନୁରୂପ ଭାବେ ଇଭିଏମ ଟ୍ୟାମ୍ପରିଂ ହୋଇଥିବାର ଆଶଙ୍କା ରହିଛି।

ତେଣୁ ସୁପ୍ରିମକୋର୍ଟ ଏହି ଲୋକସଭା ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରନ୍ତୁ। ଏଥିସହ ସମଗ୍ର ଦେଶରେ ବ୍ୟାଲଟ ପେପର ଜରିଆରେ ଭୋଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଆବେଦନରେ ଉଲ୍ଲେଖ କରାଯାଇଛି।

ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ ରିପ୍ରେଜେଣ୍ଟେସନ୍ ଅଫ ପିପୁଲ୍ସ ଆକ୍ଟ ୧୯୫୧ ଅନୁଯାୟୀ ନିର୍ବାଚନ କେବଳ ବ୍ୟାଲଟ ପେପରରେ ହିଁ କରାଯିବାର ବିଧି ରହିଛି। କିନ୍ତୁ ୨୦୧୯ ନିର୍ବାଚନ ସଂପୂର୍ଣ୍ଣ ଭାବେ ଇଭିଏମରେ କରାଯାଇଛି। ତେଣୁ ଏହାକୁ ତୁରନ୍ତ ରଦ୍ଦ କରାଯିବା ସହ ଆବେଦନର ଜରୁରୀ ଶୁଣାଣି କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ଅଙ୍ଗୁଳି ଉଠାଇଥିଲେ। ଟ୍ୟାମ୍ପରିଂ ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଦଳକୁ ଇଭିଏମରୁ ଫାଇଦା ମିଳିପାରିବ ବୋଲି ସେମାନେ କହିଥିଲେ। ଅବଶ୍ୟ ବିରୋଧୀଙ୍କ ଏହି ଦାବିକୁ ନିର୍ବାଚନ କମିଶନ ବାରମ୍ବାର ଦୃଢ଼ ଅସ୍ୱୀକାର କରିଆସୁଛନ୍ତି।

Related story