ମିଡିଆରେ ‘ଲକ୍‌ଡାଉନ୍‌’ ଚଡ଼କ, ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

ନୂଆଦିଲ୍ଲୀ: ଏପଟେ କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ ସାଧାରଣ ଜୀବନକୁ ଏକପ୍ରକାର ଠପ୍‌ କରି ସାରିଥିବାବେଳେ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ଜବ୍‌କଟ୍‌ ମୁଣ୍ଡବିନ୍ଧା ସାଜିଛି। ବିଶେଷ କରି ଦିଲ୍ଲୀରୁ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ କିଛି ଗଣମାଧ୍ୟମ କ୍ଷେତ୍ରରେ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ଆସିଛି। ଲକ୍‌ଡାଉନ୍‌ ସମୟରେ ଏପରି କିଛି ନ କରିବାକୁ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଏପରି ଜବ୍‌ କଟ୍‌ ବିରୋଧରେ ସୁପ୍ରିମକୋର୍ଟରେ ଏବେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କିଛି […]

Job-cut

Subrat Kumar Nayak
  • Published: Friday, 17 April 2020
  • , Updated: 17 April 2020, 05:57 PM IST

ନୂଆଦିଲ୍ଲୀ: ଏପଟେ କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ ସାଧାରଣ ଜୀବନକୁ ଏକପ୍ରକାର ଠପ୍‌ କରି ସାରିଥିବାବେଳେ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ଜବ୍‌କଟ୍‌ ମୁଣ୍ଡବିନ୍ଧା ସାଜିଛି। ବିଶେଷ କରି ଦିଲ୍ଲୀରୁ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ କିଛି ଗଣମାଧ୍ୟମ କ୍ଷେତ୍ରରେ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ଆସିଛି। ଲକ୍‌ଡାଉନ୍‌ ସମୟରେ ଏପରି କିଛି ନ କରିବାକୁ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଏପରି ଜବ୍‌ କଟ୍‌ ବିରୋଧରେ ସୁପ୍ରିମକୋର୍ଟରେ ଏବେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଗଣମାଧ୍ୟମ ସଂସ୍ଥା ଟର୍ମିନେସନ୍‌ ନୋଟିସ୍‌ ଦେଇଥିବାବେଳେ କିଛି ସଂସ୍ଥା ଦରମା କାଟୁଛନ୍ତି। ଆଉ କିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ମଧ୍ୟ ଦେଇ ଦେଇଛନ୍ତି।

ଏହା ପରେ ନ୍ୟାସନାଲ ଆଲିୟାନ୍ସ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌, ଦିଲ୍ଲୀ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ ଏବଂ ବ୍ରିହନ୍‌ମୁମ୍ବାଇ ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟସ୍‌ ଆଦି ସଂଘ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଗଣମାଧ୍ୟମ ସଂସ୍ଥାଙ୍କ ନିଷ୍ପତ୍ତିକୁ ଅମାନବିକ ଏବଂ ବେଆଇନ ଦଶାଇଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ସଂସ୍ଥାଙ୍କ ମଧ୍ୟରେ ଜାତୀୟ ସ୍ତରର ଡିଜିଟାଲ ମିଡିଆ ମଧ୍ୟ ରହିଛନ୍ତି।

ପିଟିସନ୍‌ରେ କୁହାଯାଇଛି, “କିଛି ଖବରକାଗଜ, ପତ୍ରିକା, ଅନଲାଇନ୍‌ ମିଡିଆ ଏବଂ ଗଣମାଧ୍ୟମ କ୍ଷେତ୍ରର ଅନ୍ୟ ନିଯୁକ୍ତିଦାତା ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଘୋଷଣା ପରେ ଦରମା କାଟ୍‌, ଛଟେଇ ଏବଂ ବିନା ଦରମାରେ ଛୁଟି ଆଦି ପଦକ୍ଷେପ ନେଉଛନ୍ତି। ଶ୍ରମ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସତ୍ତ୍ୱେ ଏଭଳି ପଦକ୍ଷେପ ନିଆଯାଉଛି।”

ଏହା ସାମ୍ବାଦିକଙ୍କ ଅଧିକାର କ୍ଷୁର୍ଣ୍ଣ କରିବା ସହ ଗଣତନ୍ତ୍ରରେ ସାମ୍ବାଦିକତାକୁ ଏକ ସ୍ୱାଧୀନ ସ୍ତମ୍ଭ ହେବାର ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଏଥିରେ ଦାବି କରାଯାଇଛି।

Related story