ଶତ୍ରୁ ସାବଧାନ! ସୀମାରେ ନିୟୋଜିତ ହେବ ପିନାକ୍ ମିସାଇଲ୍

ନୂଆଦିଲ୍ଲୀ: ଆଉ ସୀମାରେ ଚାଲିବନି ଶତ୍ରୁ ପକ୍ଷ ଦେଶର ଦାଦାଗିରି। ଏଣିକି ସୀମାରେ ସାବାଡ୍ କରିବା ପାଇଁ ଭାରତ ମୁତୟନ କରିବ ପିନାକ ମିସାଇଲ୍। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ସୀମାରେ ଶତ୍ରୁପକ୍ଷକୁ ଏହି ମିସାଇଲେ ଚେକ୍ ଦେବ। ପ୍ରତିରକ୍ଷା ମନ୍ତ୍ରାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଅଗଷ୍ଟ ୩୧ରେ ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା ପାୱାର କଂପାନୀ ଲିମିଟେଡ଼, ଲାର୍ସନ ଆଣ୍ଡ ଟୁବ୍ରୋ ସଂସ୍ଥା ସହ […]

pinaka-missile

Subhransu Sekhar
  • Published: Tuesday, 01 September 2020
  • , Updated: 01 September 2020, 05:12 PM IST

ନୂଆଦିଲ୍ଲୀ: ଆଉ ସୀମାରେ ଚାଲିବନି ଶତ୍ରୁ ପକ୍ଷ ଦେଶର ଦାଦାଗିରି। ଏଣିକି ସୀମାରେ ସାବାଡ୍ କରିବା ପାଇଁ ଭାରତ ମୁତୟନ କରିବ ପିନାକ ମିସାଇଲ୍। ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ସୀମାରେ ଶତ୍ରୁପକ୍ଷକୁ ଏହି ମିସାଇଲେ ଚେକ୍ ଦେବ। ପ୍ରତିରକ୍ଷା ମନ୍ତ୍ରାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଅଗଷ୍ଟ ୩୧ରେ ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା ପାୱାର କଂପାନୀ ଲିମିଟେଡ଼, ଲାର୍ସନ ଆଣ୍ଡ ଟୁବ୍ରୋ ସଂସ୍ଥା ସହ ୨୫୮୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି।

ଏହି ୩ଟି କଂପାନୀ ଭାରତୀୟ ସେନାର ଆର୍ଟିଲାରି ରେଜିମେଣ୍ଟ ନିମନ୍ତେ ୬ଟି ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ବା ରେଜିମେଣ୍ଟ ଯୋଗାଇବ। ଏହି ରେଜିମେଣ୍ଟ ମଧ୍ୟରେ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଉପକରଣ ଆଦି ଅନ୍ତର୍ଭୁକ୍ତ। ଏହି ୬ଟି ପିନାକ ରେଜିମେଣ୍ଟରେ ୧୧୪ଟି ଲଞ୍ଚର, ସ୍ୱୟଂକ୍ରିୟ ଲକ୍ଷ୍ୟଭେଦୀ କମାଣ ବା ଏଜିଏପିଏସ୍‌, ୪୫ଟି କମାଣ୍ଡ ପୋଷ୍ଟ ଅନ୍ତର୍ଭୁକ୍ତ। ଟାଟା ପାୱାର କଂପାନୀ ଓ ଲାର୍ସନ ଆଣ୍ଡ ଟୁବ୍ରୋଠାରୁ ମୁଖ୍ୟତଃ ଏହି ରେଜିମେଣ୍ଟ କିଣାଯିବ। ସେହିଭଳି ଭାରତ ଆର୍ଥମୁଭର୍ସ ସେନାକୁ ୩୩୦ଟି ଭାରୀଯାନ ବିକ୍ରି କରିବ।

ଏହି ୬ଟି ପିନାକ ରେଜିମେଣ୍ଟକୁ ଦେଶର ଉତ୍ତର ଓ ପୂର୍ବାଞ୍ଚଳ ସୀମାନ୍ତରେ ମୁତୟନ କରାଯିବ । ଏହାଫଳରେ ସେନାର ଲଢେଇ ଦକ୍ଷତା ଓ ପ୍ରସ୍ତୁତି ବୃଦ୍ଧି ପାଇବ। ଏହି ୬ଟି ପିନାକ ରେଜିମେଣ୍ଟ ୨୦୨୪ ସୁଦ୍ଧା ହାସଲ କରିବାକୁ ଭାରତୀୟ ସେନା ଲକ୍ଷ୍ୟ ରଖିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ)ର ଡିଜାଇନ୍‌ ଏବଂ ଜ୍ଞାନକୌଶଳ ଅନୁସାରେ ଏହି ସଂସ୍ଥାଗୁଡିକ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ନିର୍ମାଣ କରିବେ।

ଏହି କ୍ରୟ ଯୋଜନାରେ ହୋଇଥିବା ଚୁକ୍ତି ଅନୁସାରେ ସଂପୃକ୍ତ ପିନାକ ରେଜିମେଣ୍ଟଗୁଡିକ ୭୦ ଶତାଂଶ ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ହେବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅନୁମୋଦନ ଦେଇଛନ୍ତି।

ପିନାକ ବହୁମୁଖୀ ଲଞ୍ଚ ରକେଟ ସିଷ୍ଟମ୍‌ ବା ଏମ୍‌ଏଲ୍‌ଆରଏସ୍‌ ଡିଆରଡିଓ ଦ୍ୱାରା ଦେଶୀ କାରିଗରୀ ନକ୍ସା ଓ ଜ୍ଞାନ କୌଶଳରେ ନିର୍ମିତ ହୋଇ ଉପର ୩ଟି ସଂସ୍ଥା ଦ୍ୱାରା ଉତ୍ପାଦିତ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ଯେଉଁ ନିଷ୍ପତ୍ତି ନେଇଛି ତଦନୁସାରେ ପ୍ରଥମ ଥର ପାଇଁ ଘରୋଇ-ସରକାରୀ ସହଭାଗିତାରେ ଦେଶ ଭିତରେ ଏହି କ୍ଷେପଣାସ୍ତ୍ର ଉତ୍ପାଦିତ ହେବ।

Related story