କେବେ ଖୋଲିବ ଶିକ୍ଷାନୁଷ୍ଠାନ? ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଆଜିଠାରୁ ଦେଶ କରୋନା ଲକଡାଉନରୁ ଅନଲକ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସର୍ତ୍ତମୂଳକ ଭାବେ ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଜୁଲାଇ ମାସରୁ ଦେଶରେ ଶିକ୍ଷାନୁଷ୍ଠାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି। ହେଲେ ଏବେ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନ କେବେ ଖୋଲିବ, ତା’ର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର […]

n

Hemant Lenka
  • Published: Monday, 08 June 2020
  • , Updated: 08 June 2020, 04:19 PM IST

ନୂଆଦିଲ୍ଲୀ: ଆଜିଠାରୁ ଦେଶ କରୋନା ଲକଡାଉନରୁ ଅନଲକ ହେବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟରେ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସର୍ତ୍ତମୂଳକ ଭାବେ ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଜୁଲାଇ ମାସରୁ ଦେଶରେ ଶିକ୍ଷାନୁଷ୍ଠାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି।

ହେଲେ ଏବେ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନ କେବେ ଖୋଲିବ, ତା’ର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୧୫ ପୂର୍ବରୁ ଦେଶରେ କୌଣସି ପ୍ରକାରର ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ଏହାପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। କରୋନା ସଙ୍କଟ ପାଇଁ ମାର୍ଚ୍ଚ ୧୬ରୁ ହିଁ ଦେଶର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ଅଗଷ୍ଟ ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବାର ଥିଲେ ହେଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ମାନବ ସମ୍ବଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିବ। ନିକଟରେ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରୀୟାଲ କହିଥିଲେ ଯେ, ଜୁଲାଇ ୧ରୁ ୧୫ ଯାଏ ବାକି ରହିଥିବା  ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ। ପରୀକ୍ଷା ପରେ ହିଁ ସ୍କୁଲ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ପରୀକ୍ଷା ଗୁଡ଼ିକ ବେଶ ସତର୍କତାର ସହ କରାଯିବ ବୋଲି ସେ କହିଥିଲେ।

Related story