କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ-19 ସ୍ଥିତିର ସମୀକ୍ଷା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ପରିସ୍ଥିତି ଏବଂ ପ୍ରସ୍ତୁତି ବାବଦରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ। ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳାକୁ ଦୃଢ ଭାବେ ପାଳନ କରିବାକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ଉପରେ ବ୍ୟାପକ ସଚେତନତା ଏବଂ ସଂକ୍ରମଣର ବୃଦ୍ଧିକୁ ରୋକିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ । ସେ ଆହୁରି […]

PM MODI

Subhransu Sekhar
  • Published: Saturday, 11 July 2020
  • , Updated: 11 July 2020, 09:21 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ-19 ସ୍ଥିତିର ସମୀକ୍ଷା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ପରିସ୍ଥିତି ଏବଂ ପ୍ରସ୍ତୁତି ବାବଦରେ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ। ସର୍ବସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଶୃଙ୍ଖଳାକୁ ଦୃଢ ଭାବେ ପାଳନ କରିବାକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ଉପରେ ବ୍ୟାପକ ସଚେତନତା ଏବଂ ସଂକ୍ରମଣର ବୃଦ୍ଧିକୁ ରୋକିବା ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଏ ବାବଦରେ କୌଣସି ପ୍ରକାରର ଢି଼ଲା ନହେବା ଦରକାର।

ଦିଲ୍ଲୀ ମହାମାରୀ ପରିସ୍ଥିତିରେ ସୁଧାର ଆଣିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ସମଗ୍ର ଏନସିଆର ଅଞ୍ଚଳରେ କୋଭିଡ-19 ମହାମାରୀକୁ ପ୍ରତିହତ କରିବା ଦିଗରେ ଅନ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ସମାନ ଆଭିମୁଖ୍ୟ ଗ୍ରହଣ କରାଯିବା ଉଚିତ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସଦସ୍ୟ, ନୀତି ଆୟୋଗ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story