ଦିଲ୍ଲୀର କିଛି ଲୋକ ମୋତେ ଗଣତନ୍ତ୍ର ଶିଖାଉଛନ୍ତି: ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା କିଛି ଲୋକ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିକଟରେ ରାହୁଲ ଗାନ୍ଧି ଦେଶରେ ଗଣତନ୍ତ୍ର ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆଜି ରାହୁଲଙ୍କ ନାଁ ନନେଇ ମୋଦି ତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି। ଦେଶର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ଲଞ୍ଚ କରିବା ପରେ ମୋଦି କଂଗ୍ରେସ […]

fe

Hemant Lenka
  • Published: Saturday, 26 December 2020
  • , Updated: 26 December 2020, 02:00 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା କିଛି ଲୋକ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିକଟରେ ରାହୁଲ ଗାନ୍ଧି ଦେଶରେ ଗଣତନ୍ତ୍ର ନାହିଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆଜି ରାହୁଲଙ୍କ ନାଁ ନନେଇ ମୋଦି ତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି।

ଦେଶର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ଲଞ୍ଚ କରିବା ପରେ ମୋଦି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଦିଲ୍ଲୀରେ ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ସର୍ବଦା ମୋତେ ଇନସଲ୍ଟ କରିବାକୁ ଚେଷ୍ଟା କରୁଛନ୍ତି।

ସେମାନେ ମୋତେ ଗଣତନ୍ତ୍ରର ପାଠ ପଢ଼ାଉଛନ୍ତି। ହେଲେ ମୁଁ ସେମାନଙ୍କୁ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହୋଇଥିବା ଡିଡିସି ନିର୍ବାଚନକୁ ଗଣତନ୍ତ୍ରର ଉଦାହରଣ ଭାବେ ସେମାନଙ୍କୁ ଦେଖାଇବାକୁ ଚାହିଁବି। କିଛି ରାଜନୀତି ଗୋଷ୍ଠୀ ସବୁବେଳେ ଗଣତନ୍ତ୍ର କଥା କହୁଛନ୍ତି। ହେଲେ ସେମାନଙ୍କ ଅହଂକାର ଓ ଦୋମୁହାଁ ନୀତିକୁ ମଧ୍ୟ ସମସ୍ତେ ଦେଖିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୁଡୁଚେରୀରେ କ୍ଷମତାରେ ଥିବା ଦଳ ସେଠାରେ ପୌର ନିର୍ବାଚନ କରୁନାହିଁ। କିନ୍ତୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବାର ଗୋଟିଏ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି। ନିକଟରେ ଶେଷ ହୋଇଥିବା ଡିଡିସି ନିର୍ବାଚନ ଗଣତନ୍ତ୍ରର ମୂଳଦୁଆକୁ ଅଧିକ ସୁଦୃଢ଼ କରିଛି।

ଜମ୍ମୁ-କଶ୍ମୀରର ଲୋକମାନେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବାରୁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଡିଡିସି ନିର୍ବାଚନ ବେଳେ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବକମାନେ ପୁଲିଂ ବୁଥକୁ ଯାଇ ଭୋଟ ଦେଇଥିବା ମୁଁ ଦେଖିଛି। ଜମ୍ମୁ-କଶ୍ମୀରର ଲୋକମାନେ ଡିଡିସି ନିର୍ବାଚନରେ ଭାଗ ନେଇ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିଥିବା ମୋଦି କହିଛନ୍ତି।

Related story