ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଶାହ, ଡୋଭାଲଙ୍କୁ ନେଇ ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦୀ ୨୬/୧୧ ଭଳି ପୁଣିଥରେ ଆକ୍ରମଣ କରିପାରନ୍ତି। ଗୁରୁବାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ମଧ୍ୟ ହୋଇଛି। ଏହାପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ଥିଲେ। ୨୬/୧୧ ମୁମ୍ୱାଇ ଆକ୍ରମଣକୁ ୧୨ […]

nagrota_encounter

Subhransu Sekhar
  • Published: Friday, 20 November 2020
  • , Updated: 20 November 2020, 04:17 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ ୨୬/୧୧ ଭଳି ପୁଣିଥରେ ଆକ୍ରମଣ କରିପାରନ୍ତି। ଗୁରୁବାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ମଧ୍ୟ ହୋଇଛି। ଏହାପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ବୈଦେଶିକ ସଚିବ ମଧ୍ୟ ଉପସ୍ଥିତ ଥିଲେ।

୨୬/୧୧ ମୁମ୍ୱାଇ ଆକ୍ରମଣକୁ ୧୨ ବର୍ଷ ପୂରଣ ହେବାକୁ ଯାଉଛି। ସରକାରୀ ସୂଚନା ଅନୁଯାୟୀ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ କଶ୍ମୀରର ନାଗରୋଟା ବାନ ଟୋଲପ୍ଲାଜାରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରି ଚାରି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ। ସେହିପରି ବୁଧବାର ସଂଧ୍ୟାରେ ଆତଙ୍କବାଦୀ ପୁଲଓ୍ୱାମାରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ। ହେଲେ ଲକ୍ଷ୍ୟ ବିଚ୍ୟୁତି ହେବାରୁ ସ୍ଥାନୀୟ ଲୋକେ ଆହତ ହୋଇଥିଲେ। ଏଥିରେ କେହି ମୃତାହତ ହୋଇ ନଥିଲେ। ସମସ୍ତ ଆହତ ସାଧାରଣ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related story