ନେପାଳରେ ରାଜନୀତିକ ହଟଚମଟ, ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ଓଲି

କାଠମାଣ୍ଡୁ: ନେପାଳରେ ରାଜନୀତିକ ହଟଚମଟ ଏବେ ଆହୁରି ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରଙ୍କୁ ଭେଟିବା ପରେ ସରକାର ଭାଙ୍ଗିବା ନେଇ ଆଶଙ୍କା କରାଯାଉଛି। କାରଣ ବିରୋଧୀ ଗୋଷ୍ଠୀ ଏବେ ସରକାର ଗଢ଼ିବା ନେଇ ବୈଠକ ଆରମ୍ଭ କରିଥିବା ସୂଚନା ରହିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପିଏମ ଓଲି ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଓଲି ତାଙ୍କ ବାସଭବନରେ କ୍ୟାବିନେଟ ବୈଠକ ଡାକିଛନ୍ତି। ଏହି ବୈଠକରେ […]

kp oli

Subhransu Sekhar
  • Published: Thursday, 02 July 2020
  • , Updated: 02 July 2020, 01:16 PM IST

କାଠମାଣ୍ଡୁ: ନେପାଳରେ ରାଜନୀତିକ ହଟଚମଟ ଏବେ ଆହୁରି ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରଙ୍କୁ ଭେଟିବା ପରେ ସରକାର ଭାଙ୍ଗିବା ନେଇ ଆଶଙ୍କା କରାଯାଉଛି। କାରଣ ବିରୋଧୀ ଗୋଷ୍ଠୀ ଏବେ ସରକାର ଗଢ଼ିବା ନେଇ ବୈଠକ ଆରମ୍ଭ କରିଥିବା ସୂଚନା ରହିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପିଏମ ଓଲି ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଓଲି ତାଙ୍କ ବାସଭବନରେ କ୍ୟାବିନେଟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାରର ଭବିଷ୍ୟତ ବାବଦରେ ମଧ୍ୟ ଆଲୋଚନା ହେବ। ନିର୍ଭର ଯୋଗ୍ୟ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ସଂସଦଙ୍କୁ ଭାଙ୍ଗି ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ପାଇଁ ସୁପାରିଶ କରିପାରନ୍ତି।

ପ୍ରଧାନମନ୍ତ୍ରୀ ଓଲିଙ୍କ ଦଳ କମ୍ୟୁନିଷ୍ଟ ପାର୍ଟି ଓ ଦଳର ଅଧ୍ୟକ୍ଷ ପ୍ରଚଣ୍ଡଙ୍କ ମଧ୍ୟରେ ବିବାଦ ତେଜିଛି। ପ୍ରଧାନମନ୍ତ୍ରୀ ଓଲିଙ୍କୁ ସରକାରର ପ୍ରଣାଳୀ ବା କାର୍ଯ୍ୟଶୈଳୀ ଜଣାନାହିଁ ବୋଲି ପ୍ରଚଣ୍ଡଙ୍କ ଗୋଷ୍ଠୀ କହିଛନ୍ତି। ଏବେ ଦଳ ଭିତରରେ ଅନେକ ନେତା ଓଲିଙ୍କୁ ଦଳରୁ ବହିଷ୍କାର କରିବା ସହିତ ପ୍ରଧାନମନ୍ତ୍ରୀ ପଦବୀରୁ ହଟାଇବାକୁ ଦାବି କରୁଛନ୍ତି।

ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଥିଲେ, ଭାରତ ସରକାର ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାହୁଁଛି। ତେବେ ତାଙ୍କ ସରକାରର ମନ୍ତ୍ରୀ ତଥା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ନିଜେ ଓଲିଙ୍କ ଏହି ମତକୁ ନାପସନ୍ଦ କରିବା ସହିତ ପ୍ରଶ୍ନ ଉଠାଇଛନ୍ତି। ଏମିତିକି ଓଲି ଏ ବାବଦରେ ପ୍ରମାଣ ଦେବା ଦରକାର ବୋଲି ଦେଶର ମୋଟ୍ ତିନି ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳ ଦାବି କରିଛନ୍ତି। ନଚେତ ଇସ୍ତଫା ଦେବା ଦରକାର ବୋଲି ସେମାନେ କହିଛନ୍ତି।

Related story