ଚାବାହାର ବନ୍ଦରର ବିକାଶ ଲାଗି ଭାରତ-ଇରାନ୍ ବୁଝାମଣା

ତେହରାନ୍‌: ଚାବାହାର ବନ୍ଦରର ବିକାଶ ଲାଗି ଭାରତ ଓ ଇରାନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି, ନିବେଶ, ଭିତ୍ତିଭୂମି ଓ ଖାସ୍‌ କରି ଶକ୍ତି କ୍ଷେତ୍ରରେ ବ୍ୟାପକ ସହଯୋଗ ରହିଛି। ସେହିପରି ଭାରତ ଇରାନ୍‌ରୁ ତୈଳ ଆମଦାନୀକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରହିଛି। ଦୁଇ ଦିନିଆ ଇରାନ୍‌ ଗସ୍ତରେ  ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ତେହରାନ୍‌ରେ ବିଧିବଦ୍ଧ ଭାବେ ସ୍ୱାଗତ କରାଯାଇଛି। ଦୀର୍ଘ ୧୫ ବର୍ଷ ପରେ ଜଣେ […]

pm-modi

Rakesh Mallick
  • Published: Monday, 23 May 2016
  • , Updated: 04 May 2017, 03:44 PM IST

ତେହରାନ୍‌: ଚାବାହାର ବନ୍ଦରର ବିକାଶ ଲାଗି ଭାରତ ଓ ଇରାନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି, ନିବେଶ, ଭିତ୍ତିଭୂମି ଓ ଖାସ୍‌ କରି ଶକ୍ତି କ୍ଷେତ୍ରରେ ବ୍ୟାପକ ସହଯୋଗ ରହିଛି। ସେହିପରି ଭାରତ ଇରାନ୍‌ରୁ ତୈଳ ଆମଦାନୀକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରହିଛି।

ଦୁଇ ଦିନିଆ ଇରାନ୍‌ ଗସ୍ତରେ  ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ତେହରାନ୍‌ରେ ବିଧିବଦ୍ଧ ଭାବେ ସ୍ୱାଗତ କରାଯାଇଛି। ଦୀର୍ଘ ୧୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଇରାନ୍ ଯାଇଛନ୍ତି। ଇରାନ୍ ଉପରୁ ଆନ୍ତର୍ଜାତିକ କଟକଣା ଉଠିବା ପରେ ଭାରତ ତେହରାନ୍ ସହ ସମ୍ପର୍କ ଦୃଢ କରିବା ଲକ୍ଷ୍ୟରେ ରହିଛି।

Related story