ତିନି ସେନା ମୁଖ୍ୟଙ୍କ ଉପରେ ରହିବେ ଆଉ ଜଣେ ମୁଖିଆ

ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବୀର ନାଁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ରହିବ। ଏହି ସିଡିଏସ୍‌ ତନି ସେନା […]

n

Hemant Lenka
  • Published: Thursday, 15 August 2019
  • , Updated: 15 August 2019, 05:35 PM IST

ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବୀର ନାଁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ରହିବ। ଏହି ସିଡିଏସ୍‌ ତନି ସେନା ବାହିନୀ-ସ୍ଥଳ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବ। ଏଥିସହ ଏମାନଙ୍କୁ ଉପଯୁକ୍ତ ନେତୃତ୍ୱ ପ୍ରଦାନ କରିବ।

ମୋଦି କହିଛନ୍ତି, “ଆମ ସରକାର ସିଡିଏସ୍‌ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ୧୯୯୯ କାର୍ଗିଲ ଯୁଦ୍ଧ ପରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଧରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ପାକିସ୍ତାନ ସେନା କେମିତି ଭାରତ ମଧ୍ୟରେ ଅନୁପ୍ରବେଶ କରି ବହୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦଖଲ କରିଥିଲେ କମିଟି ତା’ର ତର୍ଜମା କରିଥିଲା।

ଏହି ସମୟରେ କମିଟି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସେନା ବାହିନୀ ସର୍ମ୍ପରେ ସମସ୍ତ ତଥ୍ୟ ଦେବାକୁ ଜଣେ ଏସ୍‌ଡିଏସ୍‌ ନିଯୁକ୍ତ କରିବାକୁ କହିଥିଲେ। ଦେଶର ଜାତୀୟ ସୁରକ୍ଷା ପାଇଁ ଏକାଧିକ ମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ତର୍ଜମା କରିଥିଲେ। ସେମାନେ ମଧ୍ୟ ସିଡିଏସ୍‌ ପଦ ସୃଷ୍ଟି କରିବା ସପକ୍ଷରେ ମତ ଦେଇଛନ୍ତି। ତେଣୁ ଏବେ ସିଡିଏସ୍‌ ପଦ ସୃଷ୍ଟି କରାଯିବ।”

କମିଟିର ପ୍ରସ୍ତାବ ମୋଦି-୧ ସରକାରରେ ୨ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଥିବା ମନହୋର ପାରିକର ସମର୍ଥନ କରିଥିଲେ।

Related story