ଆଜିଠୁ ଜି-ଟ୍ୱେଣ୍ଟି, ଯୋଗଦେବେ ମୋଦି,ହେବନି ଚୀନ ସହ ଆଲୋଚନା

ବର୍ଲିନ: ଆଜିଠୁ ଜର୍ମାନୀର ହେମ୍ବର୍ଗରେ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି ସମ୍ମିଳନୀ। ଏଥିରେ ବିକାଶଶୀଳ ଏବଂ ବିକଶିତ ରାଷ୍ଟ୍ରମାନେ ଯୋଗଦେବେ। ଏଥିରେ ଭାରତ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ରୁଷ୍, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ଇଂଲଣ୍ଡ, ଆମେରିକା, ୟୁରୋପ ଓ ୟୁନିୟନ୍ ପ୍ରମୁଖ ଯୋଗ ଦେବେ। ଏଥିରେ ଆତଙ୍କବାଦ ନିରୋଧ ଓ ପ୍ରତିରକ୍ଷା ଆଦି ସମ୍ପର୍କରେ ଆଲୋଚନା ହେବ। ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ […]

modi_germany_

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 09:02 AM IST

ବର୍ଲିନ: ଆଜିଠୁ ଜର୍ମାନୀର ହେମ୍ବର୍ଗରେ ଆରମ୍ଭ ହେଉଛି ଜି-ଟ୍ୱେଣ୍ଟି ସମ୍ମିଳନୀ। ଏଥିରେ ବିକାଶଶୀଳ ଏବଂ ବିକଶିତ ରାଷ୍ଟ୍ରମାନେ ଯୋଗଦେବେ। ଏଥିରେ ଭାରତ, ଜର୍ମାନୀ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ରୁଷ୍, ସାଉଦିଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ଇଂଲଣ୍ଡ, ଆମେରିକା, ୟୁରୋପ ଓ ୟୁନିୟନ୍ ପ୍ରମୁଖ ଯୋଗ ଦେବେ। ଏଥିରେ ଆତଙ୍କବାଦ ନିରୋଧ ଓ ପ୍ରତିରକ୍ଷା ଆଦି ସମ୍ପର୍କରେ ଆଲୋଚନା ହେବ। ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ମଧ୍ୟ ପରସ୍ପର ସହ ଆଲୋଚନା କରିବେ। ଭାରତ ମଧ୍ୟ ଅନ୍ୟ ରାଷ୍ଟ୍ରମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଥିବା ବେଳେ ସୀମାରେ ତିକ୍ତତା କାରଣରୁ ଚୀନ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଅନ୍ୟ ପକ୍ଷରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସହ ମୋଦିଙ୍କର କୌଣସି ଆଲୋଚନା କାର୍ଯ୍ୟକ୍ରମ ନ ଥିଲା ବୋଲି ସ୍ପଷ୍ଟକରିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଗୋପାଳ ଓ୍ୱାଗଲେ।

Related story