ବୋଡୋ ଚୁକ୍ତି ଆସାମରେ ନୂଆ ସକାଳ ଆଣିଛି: ମୋଦି

କୋକ୍ରାଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଡୋ ଶାନ୍ତି ଚୁକ୍ତିକୁ ଐତିହାସିକ ମୁହୂର୍ତ୍ତ କହିବା ସହ ଏହା ଆସାମ ପାଇଁ ନୂଆ ସୁଯୋଗ ଏବଂ ନୂଆ ସକାଳ ଆଣିଛି ବୋଲି କହିଛନ୍ତି। ବୋଡୋ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆଜି ଏହାର ଖୁସି ମନାଇବା ଅବସରରେ ମୋଦି ଏକ ବିଶାଳ ଜନ ସମାବେଶକୁ ସମ୍ବୋଧନ କରୁଥିଲେ। ଆଶା କରାଯାଉଛି ଏହି ଚୁକ୍ତି ଆସାମରେ ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ହିଂସା ଏବଂ ଅଶାନ୍ତିର ଅନ୍ତ ଘଟାଇବ। ଗତ […]

Modi

Modi

Subrat Kumar Nayak
  • Published: Friday, 07 February 2020
  • Updated: 07 February 2020, 08:59 PM IST

Sports

Latest News

କୋକ୍ରାଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଡୋ ଶାନ୍ତି ଚୁକ୍ତିକୁ ଐତିହାସିକ ମୁହୂର୍ତ୍ତ କହିବା ସହ ଏହା ଆସାମ ପାଇଁ ନୂଆ ସୁଯୋଗ ଏବଂ ନୂଆ ସକାଳ ଆଣିଛି ବୋଲି କହିଛନ୍ତି। ବୋଡୋ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆଜି ଏହାର ଖୁସି ମନାଇବା ଅବସରରେ ମୋଦି ଏକ ବିଶାଳ ଜନ ସମାବେଶକୁ ସମ୍ବୋଧନ କରୁଥିଲେ। ଆଶା କରାଯାଉଛି ଏହି ଚୁକ୍ତି ଆସାମରେ ଦୀର୍ଘ ଦଶନ୍ଧି ଧରି ଲାଗି ରହିଥିବା ହିଂସା ଏବଂ ଅଶାନ୍ତିର ଅନ୍ତ ଘଟାଇବ।

ଗତ ୨୭ ତାରିଖରେ ହିଁ ସରକାର ନ୍ୟାସନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋରୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି)ର ୪ଟି ଗୋଷ୍ଠୀ, ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍ ଆସୋସିଏସନ୍‌ (ଏବିଏସ୍‌ୟୁ) ଏବଂ ଏକ ସିଭିଲ ସୋଶାଇଟି ଗ୍ରୁପ୍‌ ସହ ବୋଡୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଥିସହ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ଏରିଆ ଡିଷ୍ଟ୍ରିକ୍ଟସ୍‌ (ବିଟିଏଡି) ବା ବର୍ତ୍ତମାନର ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନ୍‌ରେ ଲାଗିରହିଥିବା ବିଦ୍ରୋହର ଅନ୍ତ ଘଟିଥିଲା।

ମୋଦି କହିଛନ୍ତି, ବର୍ତ୍ତମାନ ଉତ୍ତର-ପୂର୍ବ ଭାରତର ଶାନ୍ତି ଓ ବିକାଶ ପାଇଁ ଏକାଠି କାମ କରିବାର ସମୟ ଆସିଛି। ସରକାର ଆସାମରେ ହିଂସା ଫେରିବାକୁ ଦେବେନାହିଁ ବୋଲି ସେ ଆଶ୍ୱସ୍ତି ପ୍ରଦାନ କରିବା ସହ ସେ କହିଥିଲେ ଏଥିରେ ସମାଜର ପ୍ରତି ବର୍ଗର ଲୋକଙ୍କୁ ଫାଇଦା ହେବ।

ମୋଦି କହିଥିଲେ, ବିଟିସିର ଟେଆରିଟୋରିଆଲ ରେଞ୍ଜ ବର୍ତ୍ତମାନ ବୃଦ୍ଧି କରାଯିବା ସହ ଅଧିକ କ୍ଷମତା ଦିଆଯାଇଛି। ଏହା ସମସ୍ତଙ୍କ ପାଇଁ ‘ୱିନ୍‌ ୱିନ୍‌’ ସ୍ଥିତି। ଚୁକ୍ତି ଅନୁଯାୟୀ, ବୋଡୋଙ୍କ ସହାୟତା ପାଇଁ ୧୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍‌ ଦିଆଯିବ।

ସିଏଏକୁ ନେଇ ଅପପ୍ରଚାର କରାଯାଉଥିବା ବାବଦରେ କହିଥିଲେ, “ଗୁଜବ ପ୍ରଚାରିତ କରାଯାଉଛି ସିଏଏ ପରେ ଲକ୍ଷ ଲକ୍ଷ ଲୋକ କୁଆଡ଼େ ବାହାରୁ ଆସିଯିବେ। ସେମିତି କିଛି ମଧ୍ୟ ହେବାର ନାହିଁ।” ବୋଡୋ ଚୁକ୍ତି ସବୁ ଗୋଷ୍ଠୀଙ୍କ ବିଜୟ ବୋଲି କହିବା ସହ ଏଥିରେ କାହାର ପରାଜୟ ନାହିଁ ବୋଲି ମୋଦି କହିଥିଲେ। ଭାଷଣ ଶେଷ ବେଳକୁ ଏହି ଚୁକ୍ତି ପାଇଁ ସମସ୍ତଙ୍କୁ ତାଳି ମାରିବାକୁ ସେ ଆହ୍ୱାନ ଦେଇଥିଲେ।

ବୋଡୋଲ୍ୟାଣ୍ଡ ପାଇଁ ଘୋଷିତ ଅର୍ଥସ୍ଥାନୀୟ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ଏବଂ ଇକୋ ଟୁରିଜିମ୍‌ର ପ୍ରୋତ୍ସାହନ ଦିଗରେ ଖର୍ଚ୍ଚ ହେବ। ସୋସିଓ-କଲଚରାଲ ପ୍ୟାକେଜ୍‌ରେ ବୋଡୋ ନେତା ଉପେନ୍ଦ୍ରନାଥଙ୍କ ନାମରେ ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ସହ ଏକ ସ୍ପୋର୍ଟସ୍ ୟୁନିଭର୍ସିଟି ପ୍ରତିଷ୍ଠା କରାଯିବ। ଏଥିସହ ଏକ ରିଜିଓନାଲ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌, ହୋଟେଲ ମ୍ୟାନେଜମେଣ୍ଟ କ୍ୟାମ୍ପସ୍‌, ମଦର ଡାୟରୀ ପ୍ଲାଣ୍ଟ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ଆଉ କିଛି ନବୋଦ୍ୟୋୟ ବିଦ୍ୟାଳୟ ମଧ୍ୟ ଖୋଲାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story