ନ୍ୟୁୟର୍କ: ଭାରତରେ ପୁଞ୍ଜି ନିବେଶ କରିବାକୁ ବିଶ୍ୱର ପ୍ରମୁଖ ଉଦ୍ୟୋଗପତିଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମବର୍ଗ ଗ୍ଲୋବାଲ ବିଜ୍ନେସ୍ ଫୋରମ୍ରେ ସେ ଏହି ଆହ୍ୱାନ ଦେଇଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି,“ଭାରତରେ ଏବେ ପୁଞ୍ଜି ବିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମ ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ ଏବଂ ଆମ ଦକ୍ଷତାର ସମନ୍ୱୟରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହୋଇପାରିବ।”
ସେ ଆହୁରି କହିଛନ୍ତି,“ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ। କିଛି ଅସୁବିଧା ହେଲେ, ମୁଁ ନିଜେ ତା’ର ସମାଧାନ କରିବି।” ଏହି ଅବସରରେ ପୁଞ୍ଜି ବିନିଯୋଗକାରୀଙ୍କ ସୁବିଧା ପାଇଁ କର୍ପୋରେଟ ଟ୍ୟାକ୍ସ କମ୍ କରିବା, କେତେକ ଅଦରକାରୀ ନିୟମକୁ ଉଚ୍ଛେଦ କରିବା ପରି ଭାରତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ। ଏହା ସହିତ ସେ ନ୍ୟୁୟର୍କସ୍ଥିତ ବିଭିନ୍ନ କମ୍ପାନିର ସିଇଓଙ୍କୁ ଭେଟିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।