ମୋଦି ଆରମ୍ଭ କଲେ ଗରିବ କଲ୍ୟାଣ ଯୋଜନା, ଏହି ସବୁ ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଜୀବନ ଧାରଣ କ୍ଷମତାକୁ ଅଧିକ ବିକଶିତ କରିବା ଓ ପ୍ରବାସରୁ କରୋନା ଯୋଗୁ ଫେରିଥିବା ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ମେଗା ୫୦ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରି ମୋଦି ବିଭିନ୍ନ ଗାଁର ଲୋକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେମାନେ ଲକଡାଉନ ଯୋଗୁ କେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, […]

u

Hemant Lenka
  • Published: Saturday, 20 June 2020
  • , Updated: 20 June 2020, 12:33 PM IST

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଜୀବନ ଧାରଣ କ୍ଷମତାକୁ ଅଧିକ ବିକଶିତ କରିବା ଓ ପ୍ରବାସରୁ କରୋନା ଯୋଗୁ ଫେରିଥିବା ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗରିବ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ମେଗା ୫୦ ହଜାର କୋଟି ଟଙ୍କାର ଯୋଜନାର ଶୁଭାରମ୍ଭ କରି ମୋଦି ବିଭିନ୍ନ ଗାଁର ଲୋକଙ୍କ ସହ କଥା ହୋଇଛନ୍ତି।

ଏହି ସମୟରେ ସେମାନେ ଲକଡାଉନ ଯୋଗୁ କେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେକଥା ମୋଦିଙ୍କୁ କହିଛନ୍ତି। ମୋଦି କହିଛନ୍ତି ଯେ “ମୁଁ ଦୃଢ଼ତାର ସହ ଜାଣିଛି ଯେ ଏହି ଯୋଜନା ସମସ୍ୟାକୁ ସୁଯୋଗରେ ପରିବର୍ତ୍ତନ କରିବ। ଗାଁରେ ରହୁଥିବା ଲୋକଙ୍କୁ ଏହି ଯୋଜନା ଅନେକ ସହଯୋଗ କରିବ।

ଲକଡାଉନ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟାକୁ ସୁଧାରିବା ପାଇଁ ଆମେ ସର୍ବାଧିକ ସହଯୋଗ କରିବାକୁ ଚେଷ୍ଟା କରୁଛୁ। ଏହି ମହାମାରୀ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ହେଲେ ଭାରତବାସୀ ବେଶ ସାହାସର ସହ ଏହାର ମୁକାବିଲା କରିଛନ୍ତି। ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଗ୍ରାମାଞ୍ଚଳର ଜନସଂଖ୍ୟା ଅଧିକ।

ମହାମାରୀକୁ ଗ୍ରାମୀଣ ଭାରତ ଦୃଢ଼ତାର ସହ ମୁକାବିଲା କରିଥିଲା। ଏଥିପାଇଁ ସେମାନଙ୍କୁ ପ୍ରଶଂସା କରାଯିବା ଦରକାର। ଦେଶର ୬ ଲକ୍ଷ ଗାଁର ଲୋକଙ୍କ ଆଗରେ ମୁଁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି। କାରଣ ସେମାନଙ୍କ ପାଇଁ ଦେଶରେ ସଂକ୍ରମଣକୁ ଯଥେଷ୍ଟ ପରିମାଣରେ ରୋକା ଯାଇ ପାରିଛି। ଏହି ୬ ଲକ୍ଷ ଗାଁରେ ୮୦ରୁ ୮୫ କୋଟି ଲୋକ ରହୁଛନ୍ତି। ଏବେ ଗ୍ରାମୀଣ ବିକାଶରେ ଏହି ଯୋଜନାର ଲୋକଙ୍କୁ ସହଯୋଗ କରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଗରିବ କଲ୍ୟାଣ ଯୋଜନାରେ ଗ୍ରାମାଞ୍ଚଳରେ ନିର୍ମାଣ ଠାରୁ ଆରମ୍ଭ କରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବ। ଦେଶର ୧୧୬ ଜିଲ୍ଲାରେ ୧୨୫ ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏହି ଯୋଜନା ଅଧୀନରେ ୨୫ଟି ସ୍କିମ କାର୍ଯ୍ୟକାରୀ କରାଯିବ। ୬ଟି ରାଜ୍ୟର ୧୧୬ଟି ଜିଲ୍ଲାର ଲୋକମାନେ କମନ ସର୍ଭିସ ସେଣ୍ଟର ଓ କୃଷି ବିଜ୍ଞାନ କେନ୍ଦ୍ର ଅଧୀନରେ ସିଧାସଳଖ ଯୋଜନାରେ ସାମିଲ ହୋଇପାରିବେ।

ଓଡ଼ିଶା, ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଝାରଖଣ୍ଡର ଲକ୍ଷ ଲକ୍ଷ ପ୍ରବାସୀ ଫେରନ୍ତା ଶ୍ରମିକ ଏହାଦ୍ୱାରା ଲାଭବାନ ହେବେ। ଭିନ୍ନଭିନ୍ନ ୨୫ଟି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କୁ କାମ ଯୋଗାଇ ଦିଆଯିବ ଓ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରାଯିବ।

ଗ୍ୟାସ ପାଇପଲାଇନ, ଦକ୍ଷତା ବିକାଶ ଟ୍ରେନିଂ, ଜିଲ୍ଲା ମିନେରାଲ ଫଣ୍ଡ ଅଧୀନରେ କାମ ଯୋଗାଇବା, ୱେଷ୍ଟ ମ୍ୟାନେଜମେଣ୍ଟ କାମ ଓ ଅନ୍ୟାନ୍ୟ କାମ ସବୁ ଯୋଗାଇ ପ୍ରବାସୀ ପେରନ୍ତାକୁ ସ୍ୱାବଲମ୍ବୀ କରାଯିବ। ୧୫ତମ ଅର୍ଥ କମିଶନଙ୍କ ପ୍ରସ୍ତାବ ଅନୁଯାୟୀ ଗ୍ରାମାଞ୍ଚଳକୁ ଟଙ୍କା ମଧ୍ୟ ଯୋଗାଇ ଦିଆଯିବ।

Related story