ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫେରନସିଂ ଜରିଆରେ ବୈଠକ କରିବେ। କୋଭିଡ୍ ଟିକା କେମିତି ଡିଷ୍ଟ୍ରିବ୍ୟୁସନ ହେବ ଏ ବାବଦରେ ମୋଦି ମୁଖ୍ୟମନ୍ତ୍ରୀ ଏବଂ ଉପସ୍ଥିତ ଥିବା ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି। କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଯୋଗଦେବେ […]

modi1

Subhransu Sekhar
  • Published: Monday, 23 November 2020
  • , Updated: 23 November 2020, 11:06 PM IST

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫେରନସିଂ ଜରିଆରେ ବୈଠକ କରିବେ। କୋଭିଡ୍ ଟିକା କେମିତି ଡିଷ୍ଟ୍ରିବ୍ୟୁସନ ହେବ ଏ ବାବଦରେ ମୋଦି ମୁଖ୍ୟମନ୍ତ୍ରୀ ଏବଂ ଉପସ୍ଥିତ ଥିବା ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି।

କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଯୋଗଦେବେ ବୋଲି ସୂଚନା ରହିଛି।

ଦେଶରେ କରୋନା ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଏବେ ଏହାକୁ ରୋକିବା ପାଇଁ ବିକଳ୍ପ ଚିନ୍ତା କରୁଥିବା ସୂଚନା ରହିଛି। କରୋନା ପାଇଁ ସରକାର ପ୍ରଥମେ ଲକଡାଉନ୍ କରିଥିଲେ। ହେଲେ ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ଖରାପ ହୋଇସାରିଛି। ତେଣୁ ବିନା ଲକଡାଉନରେ କିଭଳି କରୋନା ମୁକାବିଲା କରି ହେବ ସେ ବାବଦରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

ଅନ୍ୟପଟେ ଟିକା ୨୦୨୧ରେ ଆସିବ ବୋଲି ଆକଳନ କରାଯାଉଛି। ତେଣୁ ଏହି ଟିକା ପ୍ରଥମେ କିଏ ନେବେ ସେ ବାବଦରେ ରାଜ୍ୟ ସରକାର ଅନେକ କିଛି ପଦକ୍ଷେପ ନେଉଛନ୍ତି।

Related story