ମନ କି ବାତ୍‌ରେ ଘୋଷଣା ହେବ ଲକଡାଉନ ୫.୦! ଧର୍ମାନୁଷ୍ଠାନ ଖୋଲିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହମାରୀ ଯୋଗୁ ୫ମଥର ପାଇଁ ଦେଶରେ ଲକଡାଉନ ଜାରି କରାଯିବ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭାରତ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଲାଗୁ କରାଯାଉଥିଲା। ବର୍ତ୍ତମାନ ଲକଡାଉନର ୪ର୍ଥ ପର୍ଯ୍ୟାୟ ଚାଲିଛି। ଏହା ରବିବାର ରାତି ୧୨ଟାରେ ଶେଷ ହେବ। ଲକଡାଉନ ୪.୦ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ କାର୍ଯ୍ୟକ୍ରମ କରିବେ। ଏହି […]

xc

Hemant Lenka
  • Published: Wednesday, 27 May 2020
  • , Updated: 27 May 2020, 06:29 PM IST

ନୂଆଦିଲ୍ଲୀ: କରୋନା ମହମାରୀ ଯୋଗୁ ୫ମଥର ପାଇଁ ଦେଶରେ ଲକଡାଉନ ଜାରି କରାଯିବ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭାରତ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଲାଗୁ କରାଯାଉଥିଲା। ବର୍ତ୍ତମାନ ଲକଡାଉନର ୪ର୍ଥ ପର୍ଯ୍ୟାୟ ଚାଲିଛି। ଏହା ରବିବାର ରାତି ୧୨ଟାରେ ଶେଷ ହେବ। ଲକଡାଉନ ୪.୦ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍‌ କାର୍ଯ୍ୟକ୍ରମ କରିବେ। ଏହି ରେଡିଓ କାର୍ଯ୍ୟକ୍ରମ ଜରିଆରେ ହିଁ ସେ ଲକଡାଉନ ୫.୦ ସମ୍ପର୍କରେ ଘୋଷଣା କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଦେଶରେ ଲକଡାଉନ ୫.୦ ଲାଗୁ ହେବାକୁ ଥିଲେ ହେଁ ସମଗ୍ର ଭାରତରେ ଅନେକ ନିୟମକୁ କୋହଳ କରାଯିବାର ସମ୍ଭାବନା ରହିଛି। ଦେଶର ୧୧ଟି ସହରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୧୧ଟି ସହରର ୭୦% ଲୋକ ରହିଛନ୍ତି। ତେଣୁ ଲକଡାଉନ ୫.୦ରେ ଏହି ସହରଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯିବ।

ଜୁନ୍‌ ୧ରୁ ଲାଗୁ ହେବାକୁ ଥିବା ଲକଡାଉନ ୫.୦ରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମଦାବାଦ, ଜୟପୁର, ସୁରତ ଓ କୋଲକାତା ପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ପାରେ।

ଅନ୍ୟପକ୍ଷରେ ଲକଡାଉନ ୫.୦ରେ ସମଗ୍ର ଦେଶରେ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ଧର୍ମାନୁଷ୍ଠାନ ଖୋଲିବାକୁ ଯୋଜନା ହେଉଥିଲେ ହେଁ ଏଥିପାଇଁ କଡ଼ା କଟକଣା ଲାଗୁ କରାଯିବ। ଲକଡାଉନ ୫.୦ରେ ଧର୍ମାନୁଷ୍ଠାନରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ, ମେଳା ଓ ଉତ୍ସବ ହୋଇପାରିବ ନାହିଁ। ଧର୍ମାନୁଷ୍ଠାନରେ ମାସ୍କ ଓ ସାମଜିକ ଦୂରତା ଲାଗୁ ହେବ।

ସେହିପରି କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁ ଅଞ୍ଚଳରେ ଜିମ ଖୋଲିବାକୁ ସରକାର ଅନୁମତି ଦେଇପାରନ୍ତି। ପୂର୍ବରୁ ସରକାର ସେଲୁନ, ସ୍ପା ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ଲକଡାଉନ ୫.୦ରେ ମଧ୍ୟ ସ୍କୁଲ, କଲେଜ, ମଲ ଓ ସିନେମା ହଲ ପୂର୍ବଭଳି ବନ୍ଦ ରହିବ। ବାହାଘର ଓ ଅନ୍ତିମ ସଂସ୍କାର ପାଇଁ ଲାଗୁ ହୋଇଥିବା ନିୟମ ପୂର୍ବଭଳି ଜାରି ରହିବ।

Related story