ଜେଟ୍‌ଲୀଙ୍କୁ ମନାଇବାକୁ ଗଲେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାକୁ ଥିବାବେଳେ ପୂର୍ବଥରର ବରିଷ୍ଠ ସଦସ୍ୟ ଅରୁଣ ଜେଟ୍‌ଲୀ ମନ୍ତ୍ରଣାଳୟରେ ରହିବେ କି ନା ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେ ନିଜେ ଏନେଇ ମୋଦିଙ୍କୁ ଚିଠି ଲେଖିବା ସହ ଅସୁସ୍ଥତା କାରଣରୁ ନିଜ ପାଇଁ ସମୟ ଚାହୁଁଛନ୍ତି ବୋଲି କହିବା ପରେ ମଧ୍ୟ ବିଜେପି ତାଙ୍କୁ ଯେନତେନ ପ୍ରକାରେଣ ବୁଝାଇବାର ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ମୋଦି […]

modi

Subrat Kumar Nayak
  • Published: Wednesday, 29 May 2019
  • , Updated: 29 May 2019, 09:25 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାକୁ ଥିବାବେଳେ ପୂର୍ବଥରର ବରିଷ୍ଠ ସଦସ୍ୟ ଅରୁଣ ଜେଟ୍‌ଲୀ ମନ୍ତ୍ରଣାଳୟରେ ରହିବେ କି ନା ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସେ ନିଜେ ଏନେଇ ମୋଦିଙ୍କୁ ଚିଠି ଲେଖିବା ସହ ଅସୁସ୍ଥତା କାରଣରୁ ନିଜ ପାଇଁ ସମୟ ଚାହୁଁଛନ୍ତି ବୋଲି କହିବା ପରେ ମଧ୍ୟ ବିଜେପି ତାଙ୍କୁ ଯେନତେନ ପ୍ରକାରେଣ ବୁଝାଇବାର ଉଦ୍ୟମ ଜାରି ରଖିଛି।

ଏହି କ୍ରମରେ ମୋଦି ଆଜି ସନ୍ଧ୍ୟାରେ ଅରୁଣ ଜେଟ୍‌ଲୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେ ଏହି ଅବସରରେ ତାଙ୍କୁ ସରକାରରେ ରହିବାକୁ ଅନୁରୋଧ କରିବାର ଅଛି।

ପୂର୍ବରୁ ଜେଟ୍‌ଲୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଜରିଆରେ ତାଙ୍କ ନିଷ୍ପତ୍ତି ବାବଦରେ ସ୍ପଷ୍ଟ କରିଥିଲେ। ସେ କହିଥିଲେ ସେ ବର୍ତ୍ତମାନ ଦାୟିତ୍ୱମୁକ୍ତ ହୋଇ ସ୍ୱାସ୍ଥ୍ୟ ଏବଂ ଚିକିତ୍ସାରେ ସମୟ ଦେବାକୁ ଚାହୁଁଛନ୍ତି।

Related story