ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ନେଇ ଭାରତ ସମସ୍ତ ପ୍ରକାର ସହଯୋଗ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ର୍ପପତି ଜିଙ୍ଗ ପିଙ୍ଗଙ୍କୁ ଚିଠି ଲେଖି ଏଭଳି ଆଶ୍ୱସନା ଦେଇଛନ୍ତି। କରୋନା ଭାଇରସକୁ ନେଇ ଚୀନବାସୀଙ୍କ ସହିତ ଭାରତ ରହିଛି। ଏହାସହିତ ଏହି ଭାଇରସ କାରଣରୁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପ୍ରତି ସମ୍ୱେଦନଶୀଳତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।
ନିକଟରେ ଭାରତ ସରକାର ଏୟାର ଇଣ୍ଡିଆ ବିମାନ ଯୋଗେ ଦୁଇଟି ପର୍ଯ୍ୟାୟରେ ୬୫୦ ଭାରତୀୟଙ୍କୁ ଚୀନରୁ ଆଣିଥିଲେ। ଏହି ସମୟରେ ଚୀନ ସରକାର ଭାରତ ସରକାରଙ୍କୁ ସହଯୋଗ କରିଥିବାରୁ ଜିଙ୍ଗପିଙ୍ଗଙ୍କୁ ମୋଦି ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ଚୀନରୁ ବ୍ୟାପୀଥିବା କରୋନା ଭାଇରସରେ ଏଯାବତ ୮୧୧ ଲୋକଙ୍କ ମୃତ୍ୟୁ ଘଟିଛି। ଏଯାବତ ୩୭ ହଜାରରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ରହିଛି।