କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଦିଙ୍କ ଜରୁରୀ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗଦେଇଥିଲେ। ବିଭିନ୍ନ ରାଜ୍ୟର କରୋନା ସ୍ଥିତି ଉପରେ ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଶେଷ କରି ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେଉଥିବାରୁ ତା’ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। […]

f

Hemant Lenka
  • Published: Saturday, 13 June 2020
  • , Updated: 13 June 2020, 07:22 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗଦେଇଥିଲେ। ବିଭିନ୍ନ ରାଜ୍ୟର କରୋନା ସ୍ଥିତି ଉପରେ ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ବିଶେଷ କରି ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେଉଥିବାରୁ ତା’ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକରେ ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ଏଥିପାଇଁ ସ୍ୱରାଷ୍ଟ୍ର ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ବୈଠକ କରିବେ।

ନୀତି ଆୟୋଗ ସଦସ୍ୟ ବିନୋଦ ପଲ ଦେଶର କରୋନା ସ୍ଥିତି କେଉଁଠି କେମିତି ରହିଛି, ତା’ର ତଥ୍ୟ ମୋଦିଙ୍କ ଆଗରେ ଉପସ୍ଥାପନ କରିଥିଲେ। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ତୃତାୟାଂଶ ୫ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ସେହିପରି ବଡ଼ବଡ଼ ସହରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ସେ ତଥ୍ୟ ସହ ମୋଦିଙ୍କୁ ଅବଗତ କରାଇଛନ୍ତି।

ଏହାପରେ ମୋଦି ଜିଲ୍ଲାୱାରୀ ସ୍ଥିତି ଉପରେ ନଜର ରଖିବା ସହ ସେଠାରେ ଆବଶ୍ୟକ ବେଡ ଓ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଜରୁରୀ କାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମୌସୁମୀ ଆସି ଯାଇଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ଅଧିକ ସତର୍କ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ମୋଦି କହିଛନ୍ତି।

Related story