ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାରରେ ମିଳିଥିବା ଏକ ନଡ଼ିଆ ସହ ରୂପା କଳସ ଏକ କୋଟି ଟଙ୍କାରେ ନିଲାମ ହୋଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ଏହି ଉପହାର ଦେଇଥିଲେ। ମୋଦି ଗତ ୬ ମାସରେ ପାଇଥିବା ଉପହାରର ନିଲାମ ଅବସରରେ ଏହାକୁ ନିଲାମ କରାଯାଇଥିଲା, ଯାହାର ମୂଳ ନିଲାମ ଡାକ ୧୮ ହଜାର ଟଙ୍କା ଥିଲା।
ରୂପାରେ ତିଆରି ଏପରି ୨ଟି କଳସ ମଡର୍ଣ୍ଣ ଆର୍ଟର ଜାତୀୟ ଗ୍ୟାଲେରୀରେ ରଖାଯାଇଛି। ଏଥିରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ।
ଏହି କଳସ ବ୍ୟତୀତ ଏକ ଫଟୋ ଷ୍ଟାଣ୍ଡ ମଧ୍ୟ ଏକ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ଫଟୋ ଷ୍ଟାଣ୍ଡରେ ମୋଦିଙ୍କର ଏକ ବାର୍ତ୍ତା ରହିଛି, ଯାହାକି ଗୁଜରାଟୀରେ ରହିଛି। ଏହାର ମୂଳ ମୂଲ୍ୟ ୫୦୦ ଟଙ୍କା ରହିଥିଲା।
ଚଳିତ ବର୍ଷ ଇ-ନିଲାମ ପାଇଁ ମୂଳ ନିଲାମ ମୂଲ୍ୟ ୨୦୦ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ରହିଥିଲା। ମୋଦିଙ୍କ ପ୍ରତିକୃତିର ମୂଳ ନିଲାମ ମୂଲ୍ୟ ସର୍ବାଧିକ ୨ ଲକ୍ଷ ଟଙ୍କା ରଖାଯାଇଥିଲା। ଚଳିତ ବର୍ଷ ମୋଟ ୨,୭୭୨ ଉପହାର ପ୍ରଦର୍ଶନୀ ପାଇଁ ଲଖାଯାଇଥିଲା। ଏମଧ୍ୟରେ ଶାଲ, ଜ୍ୟାକେଟ୍, ଫଟୋଚିତ୍ର ଏବଂ ପଗଡ଼ି ଆଦି ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।
National
ବସ୍ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...
ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।