ପୋଷାକରୁ ଜଣାପଡ଼ୁଛି ହିଂସା କିଏ କରୁଛି: ମୋଦି

ଦମ୍‌କା: ଉତ୍ତରପୂର୍ବ ଭାରତରେ ବ୍ୟାପକ ବିକ୍ଷୋଭ ସତ୍ତ୍ୱେ ଆସାମବାସୀ ହିଂସାରୁ ଦୂରେଇ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ହିଂସା କିଏ ବଢ଼ାଉଛି ସେମାନେ ପିନ୍ଧିଥିବା ପୋଷାକରୁ ଆପଣମାନେ ଜାଣିଯାଇପାରିବେ। ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ, ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କ ପଦକ୍ଷେପ ପରେ ଏହି ଦଳ ତାହା କରୁଥିଲା ଯାହା ପାକିସ୍ତାନ ମଧ୍ୟ କରୁଥିଲା। ଝାରଖଣ୍ଡଠାରେ ଏକ ନିର୍ବାଚନୀ ପ୍ରଚାରରେ ମୋଦି କହିଥିଲେ, “ମୁଁ ଆସାମର ଭାଇ […]

Modi

Subrat Kumar Nayak
  • Published: Sunday, 15 December 2019
  • , Updated: 15 December 2019, 04:53 PM IST

ଦମ୍‌କା: ଉତ୍ତରପୂର୍ବ ଭାରତରେ ବ୍ୟାପକ ବିକ୍ଷୋଭ ସତ୍ତ୍ୱେ ଆସାମବାସୀ ହିଂସାରୁ ଦୂରେଇ ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ହିଂସା କିଏ ବଢ଼ାଉଛି ସେମାନେ ପିନ୍ଧିଥିବା ପୋଷାକରୁ ଆପଣମାନେ ଜାଣିଯାଇପାରିବେ।

ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ, ଧାରା ୩୭୦ ଉଚ୍ଛେଦ ନେଇ ସରକାରଙ୍କ ପଦକ୍ଷେପ ପରେ ଏହି ଦଳ ତାହା କରୁଥିଲା ଯାହା ପାକିସ୍ତାନ ମଧ୍ୟ କରୁଥିଲା।

ଝାରଖଣ୍ଡଠାରେ ଏକ ନିର୍ବାଚନୀ ପ୍ରଚାରରେ ମୋଦି କହିଥିଲେ, “ମୁଁ ଆସାମର ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି ଯେଉଁଭଳି ଭାବେ ସେମାନେ ହିଂସା ଘଟାଇବାରୁ ଦୂରେଇ ରହିଛନ୍ତି। କଂଗ୍ରେସ ଏବଂ ଏହାର ସମର୍ଥକ ନିଆଁକୁ ପ୍ରୋତ୍ସାହନ ଦେଉଛନ୍ତି। ଯେତେବେଳେ ସେମାନଙ୍କୁ କେହି ଶୁଣନ୍ତିନି ସେମାନେ ନିଆଁ ଲଗାନ୍ତି।”

ସୂଚନାଯୋଗ୍ୟ ଯେ, ୨୦୧୪ ପୂର୍ବରୁ ଏଠାରେ ରହିଆସୁଥିବା ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବାପାଇଁ କରାଯାଇଥିବା ଆଇନଗତ ପରିବର୍ତ୍ତନ ପରେ ମେଘାଳୟ ଏବଂ ନାଗାଲାଣ୍ଡରେ ବିରୋଧ କାରଣରୁ କର୍ଫ୍ୟୁ ଜାରି ରହିଛି। ପଶ୍ଚିମବଙ୍ଗର ବେଶ୍‌ କିଛି ସ୍ଥାନରେ ମଧ୍ୟ ବିକ୍ଷୋଭ ଜାରି ରହିଛି।

Related story