କରୋନା ଜାତି, ଧର୍ମ ଏବଂ ବର୍ଣ୍ଣ ଦେଖି ଆକ୍ରମଣ କରିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, କରୋନା ସମସ୍ତଙ୍କୁ ସମାନ ଦେଖେ। ସେ ଲିଙ୍କଡ୍‌ଇନ୍‌ରେ ପୋଷ୍ଟ କରିଛନ୍ତି, “କରୋନା ଆମକୁ ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ରଙ୍ଗ, ଜାତି, ଧର୍ମ, ଭାଷା କିମ୍ବା ସୀମା ସରହଦ ଦେଖେ ନାହିଁ। ତେଣୁ ଆମର ଚାଲିଚଳନ ଓ ଆଚରଣ, ଏକତା ଓ ଭାଇଚାରାକୁ ପ୍ରାଥମିକତା ଦେବା ଉଚିତ। ଏ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଅଛୁ।” ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଆମେ ଦେଶଗୁଡ଼ିକ କିମ୍ବା ସମାଜ ରେ […]

Modi

Subrat Kumar Nayak
  • Published: Sunday, 19 April 2020
  • , Updated: 19 April 2020, 06:14 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, କରୋନା ସମସ୍ତଙ୍କୁ ସମାନ ଦେଖେ। ସେ ଲିଙ୍କଡ୍‌ଇନ୍‌ରେ ପୋଷ୍ଟ କରିଛନ୍ତି, “କରୋନା ଆମକୁ ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ରଙ୍ଗ, ଜାତି, ଧର୍ମ, ଭାଷା କିମ୍ବା ସୀମା ସରହଦ ଦେଖେ ନାହିଁ। ତେଣୁ ଆମର ଚାଲିଚଳନ ଓ ଆଚରଣ, ଏକତା ଓ ଭାଇଚାରାକୁ ପ୍ରାଥମିକତା ଦେବା ଉଚିତ। ଏ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଅଛୁ।"

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଆମେ ଦେଶଗୁଡ଼ିକ କିମ୍ବା ସମାଜ ରେ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଆଜି ଆମେ ସମସ୍ତେ ଗୋଟିଲ କମନ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ। ଭବିଷ୍ୟତ ଏକତା ଏବଂ ସ୍ଥିରତା ଉପରେ ନିର୍ଭର ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ପରବର୍ତ୍ତୀ ବଡ଼ ଚିନ୍ତାଧାରା ବିଶ୍ୱ ସ୍ଥରୀୟ ପ୍ରାସଙ୍ଗିକତା ଏବଂ ପ୍ରୟୋଗ ଭିତ୍ତିରେ ଖୋଜିବା ଉଚିତ। କେବଳ ଭାରତ ପାଇଁ ନୁହେଁ ସମଗ୍ର ମାନବଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ସେମାନଙ୍କ ପାଖରେ ରହିବା ଉଚିତ।"

Related story