ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ କମ୍, ହେଲେ ତୁଲାଉଛି ଅଗ୍ରଣୀ ଭୂମିକା: ମୋଦି

ନୂଆଦିଲ୍ଲୀ: ଗ୍ଲୋବାଲ ୱର୍ମିଂ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି। ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ ବହୁତ କମ୍ ହେଲେ ଏହାର ସମାଧାନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ରହିଛି । ଜାତିସଂଘର ସାଧାରଣ ଅଧିବେଶନରେ ପରିବେଶ ସୁରକ୍ଷା ପ୍ରସଙ୍ଗ ଉଠାଇ ଏପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଏଥିସହ ମୋଦି କହିଛନ୍ତି, ଭାରତ ଭଳି ବିକାଶଶୀଳ ଦେଶ ସଫଳତାର ସହ ସ୍ୱଚ୍ଛତା ଅଭିଯାନ ଜାରି ରଖିଛି।  ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ […]

modi-2-1..

Niharika Rout
  • Published: Saturday, 28 September 2019
  • , Updated: 29 September 2019, 08:16 AM IST

ନୂଆଦିଲ୍ଲୀ: ଗ୍ଲୋବାଲ ୱର୍ମିଂ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିଛି। ଗ୍ଲୋବାଲ ୱର୍ମିଂରେ ଭାରତର ଯୋଗଦାନ ବହୁତ କମ୍ ହେଲେ ଏହାର ସମାଧାନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ରହିଛି । ଜାତିସଂଘର ସାଧାରଣ ଅଧିବେଶନରେ ପରିବେଶ ସୁରକ୍ଷା ପ୍ରସଙ୍ଗ ଉଠାଇ ଏପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ।

ଏଥିସହ ମୋଦି କହିଛନ୍ତି, ଭାରତ ଭଳି ବିକାଶଶୀଳ ଦେଶ ସଫଳତାର ସହ ସ୍ୱଚ୍ଛତା ଅଭିଯାନ ଜାରି ରଖିଛି।  ଭାରତକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି । ଟିବି ମୁକ୍ତ ପାଇଁ ସାରା ବିଶ୍ୱ ୨୦୩୦ ପର୍ଯ୍ୟନ୍ତ ସମୟ ନେଇଛି । ଆମେ ଯେଉଁ ଚେଷ୍ଟା କରୁଛୁ, ତାହା ଭାରତ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବୋଲି  କହିଛନ୍ତି ମୋଦି । ଭାରତ ଗତ ୫ ବର୍ଷରେ ବିଶ୍ୱ ବନ୍ଧୁତ୍ୱର ମହାନ ପରମ୍ପରାକୁ ମଜବୁତ କରିଛି ବୋଲି ଜାତିସଂଘରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

Related story