ବାତ୍ୟା ‘ଅମ୍ଫାନ’ ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ: ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଅମ୍ଫାନ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆଜି ଅପରାହ୍ଣ ୪ଟାରେ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଏନଡିଏମଏର ବରିଷ୍ଠ ଅଧିକାରୀଙ୍କ ସହ ସେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅମ୍ଫାନକୁ ନେଇ ରାଜ୍ୟମାନେ କେମିତି ପ୍ରସ୍ତୁତି କରିଛନ୍ତି ଓ କେନ୍ଦ୍ର ସରକାର ଏହା ଉପରେ ଅଧିକ କ’ଣ ସବୁ […]

nf

Hemant Lenka
  • Published: Monday, 18 May 2020
  • , Updated: 18 May 2020, 12:31 PM IST

ନୂଆଦିଲ୍ଲୀ: ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଅମ୍ଫାନ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆଜି ଅପରାହ୍ଣ ୪ଟାରେ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଏନଡିଏମଏର ବରିଷ୍ଠ ଅଧିକାରୀଙ୍କ ସହ ସେ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅମ୍ଫାନକୁ ନେଇ ରାଜ୍ୟମାନେ କେମିତି ପ୍ରସ୍ତୁତି କରିଛନ୍ତି ଓ କେନ୍ଦ୍ର ସରକାର ଏହା ଉପରେ ଅଧିକ କ’ଣ ସବୁ ଯୋଜନା କରିଛନ୍ତି, ସେ ବିଷୟରେ ମୋଦି ସମୀକ୍ଷା କରିବେ।

ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ମନ୍ତ୍ରଣାଳୟର ସତର୍କ ସୂଚନା ଅନୁଯାୟୀ, ବାତା ଅମ୍ଫାନ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ରହିଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି।

ବିଶେଷ କରି ମେ‘ ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲା ଓ ପଶ୍ଚିମବଙ୍ଗ ବାତ୍ୟା ଅମ୍ଫାନ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏନଡିଆରଏଫ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳକୁ ତୟାର ରହିବାକୁ କୁହାଯାଇଛି।

ଭାରତୀୟ ପାଣିପାଗର ସୂଚନା ଅନୁଯାୟୀ, ଅମ୍ଫାନ ଘଣ୍ଟାପ୍ରତି ୧୩ କିମି ବେଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଗତି କରୁଛି। ଏହା ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହେବ। ଆସନ୍ତା ୨୦ ତାରିଖ ଅପରାହ୍ଣରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ୨୫୦ରୁ ଅଧିକ ରହିବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Related story