ଭ୍ୟାକସିନ୍କୁ ଅନୁମତି; ମୋଦି କହିଲେ ‘ଦେଶ ପାଇଁ ଗର୍ବର କଥା’
ନୂଆଦିଲ୍ଲୀ: ଶେଷରେ ଭାରତରେ ପ୍ରସ୍ତୁତ କରୋନା ଭ୍ୟାକସିନକୁ ମିଳିଛି DGCI ଅନୁମୋଦନ। DGCI ସିରମ ଇନଷ୍ଟିଚ୍ୟୁଟର ଭ୍ୟାକସିନ୍ କୋଭିଶିଲ୍ଡ ଓ ଭାରତ ବାୟୋଟେକର ଭ୍ୟାକସିନ୍ କୋଭାକ୍ସିନର ବ୍ୟବହାରକୁ ଅନୁମତି ପ୍ରଦାନ କରିଛି। DGCI ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବଧେଇ ଜଣାଇଛନ୍ତି।
ମୋଦି ଟୁଇଟ୍ କରି କହିଛନ୍ତି, ଭାରତରେ ପ୍ରସ୍ତୁତ ଯେଉଁ ଦୁଇଟି ଟିକାକୁ ଆପାତ୍ତକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି, ତାହା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର କଥା। ଏହା ମଧ୍ୟ ଦର୍ଶାଉଛି ଯେ ଆମ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ କେତେ ପରିଶ୍ରମ କରୁଛନ୍ତି।
It would make every Indian proud that the two vaccines that have been given emergency use approval are made in India! This shows the eagerness of our scientific community to fulfil the dream of an Aatmanirbhar Bharat, at the root of which is care and compassion.
— Narendra Modi (@narendramodi) January 3, 2021
ମୋଦିଙ୍କ ବ୍ୟତୀତ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କରୋନା ଭ୍ୟାକସିନକୁ ଅନୁମତି ମିଳିବା ପରେ ଖୁସିବ୍ୟକ୍ତ କରିଛନ୍ତି। ପୁନାୱାଲା ଟୁଇଟ୍ କରି କହିଛନ୍ତି, ସମସ୍ତଙ୍କୂ ନୂତନ ବର୍ଷର ଶୁଭକାମନା। ଭ୍ୟାକସିନକୁ ପ୍ରସ୍ତୁତ କରିବା ପାଇଁ ସିରମ ଇନଷ୍ଟିଚ୍ୟୁଟ୍ ଯେଉଁସବୁ ରିସ୍କ ଉଠାଇଥିଲା, ତା’ର ଫଳ ଆଜି ମିଳିଛି। ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକସିନ୍ ସପ୍ତାହକ ଭିତରେ ଉପଲବ୍ଧ ହେବ ଏବଂ ଏହି ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଭାବଶାଳୀ।
Happy new year, everyone! All the risks @SerumInstIndia took with stockpiling the vaccine, have finally paid off. COVISHIELD, India's first COVID-19 vaccine is approved, safe, effective and ready to roll-out in the coming weeks. pic.twitter.com/TcKh4bZIKK
— Adar Poonawalla (@adarpoonawalla) January 3, 2021
ସୂଚନାଯୋଗ୍ୟ, DGCI କହିଛି ଯେ ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ଟିକାକରଣ ବେଳେ ଏହି ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଆକାରରେ ଦିଆଯିବ। ଅନ୍ୟପକ୍ଷରେ କୋଭିଡ୍ ହେଲଥ କେୟାରର ଭ୍ୟାକସିନକୁ କ୍ଲିନିକାଲ୍ ଟ୍ରାଏଲର ତୃତୀୟ ପର୍ଯ୍ୟାୟ ପାଇଁ ମଧ୍ୟ ଅନୁମତି ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।