ସିଙ୍ଗାପୁର ଗସ୍ତରେ ମୋଦି, ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏହି ସୁଯୋଗ ପାଇବେ
ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୭ତମ ସଙ୍ଗରି ଲା ଡାଏଲଗରେ ଉଦ୍ବୋଧନ ଦେବେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ସୁଯୋଗ ପାଇଛନ୍ତି। ଏଥିରେ ୨୮ଟି ପ୍ରଶାନ୍ତ ମହାସାଗରୀୟ ଦେଶର ମୁଖ୍ୟ ଓ ବରିଷ୍ଠ ସେନା ଅଧିକାରୀମାନେ ଯୋଗ ଦେବେ। ଲଣ୍ଡନରେ ଥିବା ଇଣ୍ଟରନେସନାଲ ଇନଷ୍ଟିଟ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଓ ସିଙ୍ଗାପୁର ସରକାରଙ୍କ ମିଳିତ ଉଦ୍ୟମରେ ୨୦୦୨ ମସିହାରୁ ସଙ୍ଗରି ଲା ଡାଏଲଗ ଆୟୋଜିତ ହେଉଛି। ଏଥିସହ ନରେନ୍ଦ୍ର […]
36785347_-_24_11_2015_-_komala
ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୭ତମ ସଙ୍ଗରି ଲା ଡାଏଲଗରେ ଉଦ୍ବୋଧନ ଦେବେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ସୁଯୋଗ ପାଇଛନ୍ତି। ଏଥିରେ ୨୮ଟି ପ୍ରଶାନ୍ତ ମହାସାଗରୀୟ ଦେଶର ମୁଖ୍ୟ ଓ ବରିଷ୍ଠ ସେନା ଅଧିକାରୀମାନେ ଯୋଗ ଦେବେ। ଲଣ୍ଡନରେ ଥିବା ଇଣ୍ଟରନେସନାଲ ଇନଷ୍ଟିଟ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଓ ସିଙ୍ଗାପୁର ସରକାରଙ୍କ ମିଳିତ ଉଦ୍ୟମରେ ୨୦୦୨ ମସିହାରୁ ସଙ୍ଗରି ଲା ଡାଏଲଗ ଆୟୋଜିତ ହେଉଛି।
ଏଥିସହ ନରେନ୍ଦ୍ର ମୋଦି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି - ସେନ- ଲୁଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିରେ ଦୁଇଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଗତକାଲି ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ସିଙ୍ଗାପୁରରେ ଥିବା ଭାରତୀୟ କମ୍ୟୁନିଟିର ଲୋକମାନଙ୍କୁ ମୋଦି ସମ୍ବୋଧିତ କରିଥିଲେ।