ବିଜେପି କର୍ମୀଙ୍କୁ ୫.୩୦ରେ ଭେଟିବେ ମୋଦି

ନୂଆଦିଲ୍ଲୀ: ଭୋଟ୍‌ ଗଣତିର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ରହିଛି। ଏହି ଆକଳନ ପରେ ବିଜେପି କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି। ଏବେଠାରୁ ବିଜେପି ମୁଖ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଗଲାଣି। ସେହିପରି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀଙ୍କୁ ଭେଟିବାର କାର୍ଯ୍ୟ ରହିଛି। ଆଜି ସନ୍ଧ୍ୟା ୫.୩୦ରେ ମୋଦି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିବେ। […]

tyt

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 12:29 PM IST

ନୂଆଦିଲ୍ଲୀ: ଭୋଟ୍‌ ଗଣତିର ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ରହିଛି। ଏହି ଆକଳନ ପରେ ବିଜେପି କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି।

ଏବେଠାରୁ ବିଜେପି ମୁଖ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଗଲାଣି। ସେହିପରି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀଙ୍କୁ ଭେଟିବାର କାର୍ଯ୍ୟ ରହିଛି।

ଆଜି ସନ୍ଧ୍ୟା ୫.୩୦ରେ ମୋଦି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିବେ। ଏହାପରେ ସେଠାରେ ଉପସ୍ଥିତ ଥିବା ୨୦ ହଜାର କର୍ମୀଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ବିଜୟ ପରେ କେମିତି ଏବଂ କେଉଁଠି ଉତ୍ସବ ପାଳନ କରାଯିବ, ସେନେଇ ମଧ୍ୟ ଆଜି ବୈଠକ ହେବ ବୋଲି ଜଣାପଡ଼ିଛି।

Related story