ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ ଆସିବା ପରେ ଦେଶକୁ ସମ୍ବୋଧନ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଅଯୋଧ୍ୟା ରାୟରୁ ଆମେ ଆଗକୁ ବଢ଼ିବାର ଶିକ୍ଷା ପାଇବା ଉଚିତ।
ମୋଦି ଆହୁରି ମଧ୍ୟ କହିଛନ୍ତି, “ଆଜି ଅଯୋଧ୍ୟା ନିଷ୍ପତ୍ତି ସହ ନଭେମ୍ବର ୯ ମଧ୍ୟ ଆମକୁ ଆଗକୁ ଯିବା କଥା କହୁଛି। ଆଜିର ବାର୍ତ୍ତା ହେଉଛି ଏକାଠି ରହିବା ଏବଂ ଏକାଠି ବଞ୍ଚିବା।” ସେ କହିଛନ୍ତି ବେଶ୍ କିଛି ଦଶନ୍ଧି ଧରି ଚାଲିଆସିଥିବା ଏହି ମାମଲାର ଅନ୍ତ ଘଟିଥିବା ମୋଦି କହିଛନ୍ତି।
ସେ କହିଛନ୍ତି, “ଏହି ନିର୍ଣ୍ଣୟ ଆମ ସମସ୍ତଙ୍କ ପାଇଁ ନୂଆ ସକାଳ ଆଣିଛି। ଏହି ବିବାଦ ହୁଏତ ଅନେକ ପିଢ଼ିକୁ ପ୍ରଭାବିତ କରିଥା’ନ୍ତା, କିନ୍ତୁ ଏହି ନିଷ୍ପତ୍ତି ପରେ ଆମକୁ ଏକ ସଂକଳ୍ପ ନେବାକୁ ହେବ ଯେ ନୂଆ ପିଢ଼ି ନୂଆ ଭାରତ କଥା ଚିନ୍ତା କରିବେ।”