କିଛି ବିରୋଧୀ ଏକେ-୪୭ ଭଳି ମିଛ କହୁଛନ୍ତି: ମୋଦି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦେଶର ଭାଗ୍ୟ ପରିବର୍ତ୍ତନ କରିବାର ପ୍ରୟାସ କରୁଥିବାବେଳେ କିଛି ବିରୋଧୀ ଦଳ ସେମାନଙ୍କ ଶାସକ ପରିବାରର ସୁରକ୍ଷା କରିବାରେ ବ୍ୟସ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି କିଛି ବିରୋଧୀ ଏକେ-୪୭ ଭଳି ମିଛ ବର୍ଷା କରୁଛନ୍ତି ବୋଲି ସେ କହିଛନ୍ତି। ଦଳୀୟ କର୍ମୀଙ୍କ ସହିତ ଏକ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ଅବସରରେ ଜଣେ କର୍ମୀ ପଚାରିଥିଲେ,“ଆପଣ ଭାରତୀୟ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଯେତେବେଳେ ମଧ୍ୟ ପଦକ୍ଷେପ […]

Modi

Subrat Kumar Nayak
  • Published: Saturday, 03 November 2018
  • , Updated: 03 November 2018, 10:40 PM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଦେଶର ଭାଗ୍ୟ ପରିବର୍ତ୍ତନ କରିବାର ପ୍ରୟାସ କରୁଥିବାବେଳେ କିଛି ବିରୋଧୀ ଦଳ ସେମାନଙ୍କ ଶାସକ ପରିବାରର ସୁରକ୍ଷା କରିବାରେ ବ୍ୟସ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି କିଛି ବିରୋଧୀ ଏକେ-୪୭ ଭଳି ମିଛ ବର୍ଷା କରୁଛନ୍ତି ବୋଲି ସେ କହିଛନ୍ତି।

ଦଳୀୟ କର୍ମୀଙ୍କ ସହିତ ଏକ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା ଅବସରରେ ଜଣେ କର୍ମୀ ପଚାରିଥିଲେ,“ଆପଣ ଭାରତୀୟ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଯେତେବେଳେ ମଧ୍ୟ ପଦକ୍ଷେପ ନେଉଛନ୍ତି, କଂଗ୍ରେସ ଏବଂ ବାମପନ୍ଥୀଙ୍କ ପରି ଦେଶ ବିରୋଧୀମାନେ ଏକାଠି ହୋଇଯାଉଛନ୍ତି। ଏହା ବିଷୟରେ କ’ଣ କହିବେ।” ଏହାର ଉତ୍ତରରେ ମୋଦି ବିରୋଧୀଙ୍କୁ ମିଛୁଆ ମେସିନ୍‌ କହିବା ସହିତ ବିରୋଧୀଙ୍କ ଏପରି ମେଳିରେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଲୋକେ ସେମାନଙ୍କୁ ଗ୍ରହଣ କରୁନାହାନ୍ତି, ବରଂ ବିରୋଧୀଙ୍କର ଏଭଳି ନକରାତ୍ମକ କାମ ପାଇଁ ଲୋକେ ସେମାନଙ୍କୁ ଘୃଣା କରୁଛନ୍ତି। ସେମାନେ ମିଛ କହି ଲୋକଙ୍କୁ ଦିଗଭ୍ରଷ୍ଟ କରିବାର ପ୍ରୟାସ କରୁଥିଲେ ମଧ୍ୟ ବର୍ତ୍ତମାନ ସତ କ’ଣ ଜାଣିବାପାଇଁ ଲୋକଙ୍କ ପାଖରେ ବିଭିନ୍ନ ସାଧନ ରହିଛି। ଏକ ବିକ୍ଷୋଭରେ ଆସିଥିବା କିଛି ଲୋକଙ୍କୁ ଯେତେବେଳେ ପଚରାଯାଉଛି ସେମାନେ କ’ଣ ପାଇଁ ଆସିଛନ୍ତି ସେମାନଙ୍କ ପାଖରେ କୌଣସି ଉତ୍ତର ନଥିବା ସବୁକିଛି ଜଣାଇ ଦେଉଛି। ଗୋଟିଏ ଦିନରେ ବିରୋଧୀ ଭିନ୍ନ ଭିନ୍ନ ସଂଖ୍ୟା ଉଲ୍ଲେଖ କରିବା ହାସ୍ୟାସ୍ପଦ ହୋଇଛି ବୋଲି ସେ କହିଛନ୍ତି।

ବିରୋଧୀମାନେ ଏକାଠି ହେବାର ଉଦ୍ଦେଶ୍ୟ ହେଉଛି ବଂଶବାଦ। ସେମାନେ ତାଙ୍କ ପୁଅମାନଙ୍କ ପାଇଁ ବେଶି ଚିନ୍ତିତ ଅଛନ୍ତି। ‘ଇଜ୍‌ ଅଫ୍‌ ଡୁଇଙ୍ଗ୍ ବିଜିନେସ୍‌’ରେ ଭାରତର ସ୍ଥାନ ୧୪୨ରୁ ୭୭କୁ ଉନ୍ନୀତ ହେବା ଭାରତର ବିକାଶ ଏବଂ ସଂସ୍କାରକୁ ଦର୍ଶାଉଛି ବୋଲି ମୋଦି କହିଛନ୍ତି।

Related story