ନୂଆ ବିଶ୍ୱ ଗଠନରେ ବ୍ରିକ୍ସର ଅଛି ବଡ଼ ଭୂମିକା: ମୋଦି ଦେଲେ ୧୦ଟି ପ୍ରସ୍ତାବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆ ବିଶ୍ୱ ଗଠନରେ ବ୍ରିକ୍ସ ରାଷ୍ଟ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ସମସ୍ତେ ମିଳିତ ଭାବେ କାମ କରିବା ଉଚିତ ବୋଲି ଚୀନ୍‌ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହାସହ ଆତଙ୍କବାଦ ବିରୋଧୀ ଲଢେଇରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୋଦି ଆହ୍ୱନ ଦେଇଛନ୍ତି। ଏହି ଅବସରରେ ମୋଦି ୧୦ଟି ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପରିବର୍ତ୍ତିତ ବିଶ୍ୱରେ ବ୍ରିକ୍ସ ନେତୃତ୍ୱ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରିବେ ବୋଲି କହିଛନ୍ତି। […]

Rakesh Mallick
  • Published: Tuesday, 05 September 2017
  • , Updated: 05 September 2017, 06:19 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆ ବିଶ୍ୱ ଗଠନରେ ବ୍ରିକ୍ସ ରାଷ୍ଟ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ସମସ୍ତେ ମିଳିତ ଭାବେ କାମ କରିବା ଉଚିତ ବୋଲି ଚୀନ୍‌ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହାସହ ଆତଙ୍କବାଦ ବିରୋଧୀ ଲଢେଇରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୋଦି ଆହ୍ୱନ ଦେଇଛନ୍ତି। ଏହି ଅବସରରେ ମୋଦି ୧୦ଟି ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ପରିବର୍ତ୍ତିତ ବିଶ୍ୱରେ ବ୍ରିକ୍ସ ନେତୃତ୍ୱ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରିବେ ବୋଲି କହିଛନ୍ତି।

ମୋଦିଙ୍କ ୧୦ ପରାମର୍ଶ

୧. ଆତଙ୍କବାଦ ବିରୋଧୀ ଲଢେଇ, ସାଇବର ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଂଗଠିତ ହୋଇ ମିଳିତ ପଦକ୍ଷେପ ଜରିଆରେ ସୁରକ୍ଷିତ ବିଶ୍ୱ ନିର୍ମାଣ।

୨. ଜଳବାୟ ପରିବର୍ତ୍ତନରେ ମିଳିତ ଭାବେ ଆନ୍ତରାଷ୍ଟ୍ରିୟ ସୌର ସମ୍ମିଳନୀ ଜରିଆରେ ସବୁଜ ବିଶ୍ୱ ନିର୍ମାଣ।

୩. ଟେକ୍ନୋଲଜି ସାହାଯ୍ୟରେ ନୂଆ ଓ ସୁରକ୍ଷିତ ବିଶ୍ୱ ଗଠନ।

୪. ଦେଶର ନାଗରିକଙ୍କୁ ବ୍ୟାଙ୍କିଂ ଓ ଫାଇନାନ୍‌ସିଆଲ ସିଷ୍ଟମରେ ସାମିଲ କରି ଅର୍ଥ ବ୍ୟବସ୍ଥାର ମୁଖ୍ୟଧାରାକୁ ଆଣିବା।

୫. ଅର୍ଥ ବ୍ୟବସ୍ଥାକୁ ଡିଜିଟାଇଜେସନ୍‌ କରି ଡିଜିଟାଲ ବିଶ୍ୱ ଗଠନ।

୬. ଲକ୍ଷାଧିକ ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି କୁଶଳ ବିଶ୍ୱ ଗଠନ।

୭. ରୋଗ ଦୂର କରିବା ସହ ସମସ୍ତଙ୍କୁ କମ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ରିସର୍ଚ୍ଚରେ ସହଯୋଗ କରି ଗୋଟିଏ ସୁସ୍ଥ ବିଶ୍ୱ ଗଠନ।

୮. ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ। ବିଶେଷ କରି ଲିଙ୍ଗଗତ ସମାନତା ଉପରେ ଜୋର ଦେଇ ନ୍ୟାୟସଙ୍ଗତ ବିଶ୍ୱ ଗଠନ।

୯. ଦ୍ରବ୍ୟ, ଲୋକ ଓ ସେବା ମାଗଣା ଆଦାନ ପ୍ରଦାନ ଜରିଆରେ ସମୃଦ୍ଧ ବିଶ୍ୱ ଗଠନ।

୧୦. ଶାନ୍ତିପୂର୍ଣ୍ଣ ସହବାସ ସହ ପ୍ରାକୃତିକ ବିଚାରଧାରା, ପ୍ରଥା ଓ ଐତିହକୁ ଗୁରୁତ୍ୱ ଦେଇ ବିଶ୍ୱ ଗଠନ।

Related story