ଦୀପାବଳି ପାଇଁ ରଜୌରୀ ପହଞ୍ଚିଲେ ମୋଦି

ଜମ୍ମୁ: ରବିବାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ରଜୌରୀଠାରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଇନ୍‌ଫାଣ୍ଟ୍ରି ଦିବସ ପାଳନ କରାଯାଉଛି। ୧୯୪୭ ମସିହାର ଏହିଦିନରେ ଭାରତୀୟ ସେନା ଜମ୍ମୁ-କଶ୍ମୀର ପହଞ୍ଚି ପାକିସ୍ତାନୀ ସେନାକୁ ପଛକୁ ହଟାଇଦେବାରେ ସମର୍ଥ ହୋଇଥିଲା। ମୋଦି ସିଧା ସେନା ବ୍ରିଗ୍ରେଡ୍‌ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ସେଠାରେ ଏଲ୍‌ଓସିରେ କାର୍ଯ୍ୟରତ ସେନାବାହିନୀ ସହ ଆଲୋଚନା କରିବେ ଏବଂ ମିଠା ବାଣ୍ଟି ଦୀପାବଳିର ଶୁଭେଚ୍ଛା […]

modi

Subrat Kumar Nayak
  • Published: Sunday, 27 October 2019
  • , Updated: 27 October 2019, 04:05 PM IST

ଜମ୍ମୁ: ରବିବାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ରଜୌରୀଠାରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଇନ୍‌ଫାଣ୍ଟ୍ରି ଦିବସ ପାଳନ କରାଯାଉଛି। ୧୯୪୭ ମସିହାର ଏହିଦିନରେ ଭାରତୀୟ ସେନା ଜମ୍ମୁ-କଶ୍ମୀର ପହଞ୍ଚି ପାକିସ୍ତାନୀ ସେନାକୁ ପଛକୁ ହଟାଇଦେବାରେ ସମର୍ଥ ହୋଇଥିଲା।

ମୋଦି ସିଧା ସେନା ବ୍ରିଗ୍ରେଡ୍‌ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ସେଠାରେ ଏଲ୍‌ଓସିରେ କାର୍ଯ୍ୟରତ ସେନାବାହିନୀ ସହ ଆଲୋଚନା କରିବେ ଏବଂ ମିଠା ବାଣ୍ଟି ଦୀପାବଳିର ଶୁଭେଚ୍ଛା ଜଣାଇବେ। ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଜମ୍ମୁ-କଶ୍ମୀରରେ ୩ ଥର ଦୀପବଳି ପାଳନ କରିସାରିଲେଣି। ତେବେ ୩୭୦ ଧାରା ଉଚ୍ଛେଦ ପରେ ସେ ପ୍ରଥମ ଥର ଜମ୍ମୁ-କଶ୍ମୀରରେ ଦୀପାବଳି ପାଳୁଛନ୍ତି।

୨୦୧୪ ମସିହାରେ ପ୍ରଥମେ ନିର୍ବାଚିତ ହେବାପରେ ମୋଦି ଲଦାଖର ସିଆଚେନ୍‌ ଅଞ୍ଚଳରେ କାର୍ଯ୍ୟରତ ଯବାନଙ୍କ ସହ ଦୀପାବଳି ପାଳିଥିଲେ। ଏହାବ୍ୟତୀତ ଶ୍ରୀନଗର ବନ୍ୟା ପୀଡ଼ିତଙ୍କୁ ମଧ୍ୟ ଭେଟିଥିଲେ।

Related story