ପିଏମ୍‌ସି ଦୁର୍ନୀତି: ଅକ୍ଟୋବର ୯ ଯାଏ ପୁଲିସ୍‌ ହେପାଜତରେ ଗଲେ ପୂର୍ବତନ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ ବା ପିଏମ୍‌ସିର ପୂର୍ବତନ ଅଧ୍ୟକ୍ଷ ୱାରିଆମ୍‌ ସିଂହ ଅକ୍ଟୋବର ୯ ତାରିଖ ଯାଏ ପୁଲିସ୍‌ ହେପାଜତକୁ ଯାଇଛନ୍ତି। ଗତ ୨ ସପ୍ତାହ ତଳେ ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି ବାବଦରେ ଅଭିଯୋଗ ଆସିବା ପରେ ସେ ଫେରାର ଥିଲେ। ପରେ ତାଙ୍କୁ ମାହିମ୍‌ଠାରେ ଠାବ କରାଯାଇଥିଲା। ଶନିବାର ତାଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବା ଅବସରରେ ତାଙ୍କ ଓକିଲ କହିଥିଲେ ବିବାଦ ଘେରକୁ ଆସିଥିବା […]

pmc

Subrat Kumar Nayak
  • Published: Sunday, 06 October 2019
  • , Updated: 06 October 2019, 04:02 PM IST

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ୍‌ ବ୍ୟାଙ୍କ ବା ପିଏମ୍‌ସିର ପୂର୍ବତନ ଅଧ୍ୟକ୍ଷ ୱାରିଆମ୍‌ ସିଂହ ଅକ୍ଟୋବର ୯ ତାରିଖ ଯାଏ ପୁଲିସ୍‌ ହେପାଜତକୁ ଯାଇଛନ୍ତି। ଗତ ୨ ସପ୍ତାହ ତଳେ ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି ବାବଦରେ ଅଭିଯୋଗ ଆସିବା ପରେ ସେ ଫେରାର ଥିଲେ। ପରେ ତାଙ୍କୁ ମାହିମ୍‌ଠାରେ ଠାବ କରାଯାଇଥିଲା। ଶନିବାର ତାଙ୍କୁ ପୁଲିସ୍‌ ଉଠାଇ ନେଇଥିଲା।

ତାଙ୍କୁ ଆଜି କୋର୍ଟରେ ହାଜର କରାଯିବା ଅବସରରେ ତାଙ୍କ ଓକିଲ କହିଥିଲେ ବିବାଦ ଘେରକୁ ଆସିଥିବା ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡ୍‌ ଋଣ ଦେବାରେ ତାଙ୍କର କିଛି ଭୂମିକା ନଥିଲା। ପିଏମ୍‌ସି ବ୍ୟାଙ୍କ ଏମ୍‌ଡି ଜୟ ଥୋମାସ୍‌ ଏହି ୪,୩୫୫ କୋଟି ଟଙ୍କାର ଦୁର୍ନୀତି ପାଇଁ ଦାୟୀ ବୋଲି ଏହି ଅବସରରେ ସେ କହିଥିଲେ।

ତାଙ୍କ ଓକିଲ ଆହୁରି ମଧ୍ୟ କହିଥିଲେ, ୱାରିଆମ୍‌ ଏଚ୍‌ଡିଆଇଏଲ୍‌ର ନିର୍ଦ୍ଦେଶକ ଥିଲେ ମଧ୍ୟ ଅପରାଧ ବାବଦରେ ପରେ ଜଣାପଡ଼ିବାରୁ ଏହା କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ ନୁହେଁ। ସୂଚନାଯୋଗ୍ୟ ଯେ, ଗତକାଲି ୱାରିଆମ୍‌ ଏକ ଚିଠି ଜରିଆରେ ଆତ୍ମସମର୍ପଣ କରିବାକୁ ପୁଲିସ୍‌କୁ ଅଫର ଦେଇଥିଲେ। କିନ୍ତୁ ସେ ଲୁଚିଥିବା ସ୍ଥାନରେ ଚଢ଼ଉ କରି ପୁଲିସ୍‌ ତାଙ୍କୁ ଠାବ କରିନେଇଥିଲା।

Related story