ବିମାନର ୱିଙ୍ଗ ଉପରେ ଚଢ଼ି ଷ୍ଟାଇଲ ଦେଖାଇଲେ ଯୁବକ, ଦେଖନ୍ତୁ ଭିଡିଓ

ଲସଭେଗାସ: ରନ ୱେରେ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିଲା ବିମାନ। ହେଲେ ହଠାତ୍‌ ଏହାର ୱିଙ୍ଗ ବା ଡେଣା ଉପରେ ଚଢ଼ିଗଲେ ଜଣେ ଯୁବକ। ସେ ଡେଣା ଉପରେ କେବଳ ଚଢ଼ି ନଥିଲେ ବରଂ ଏହା ଉପରେ ନିଜର ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଦେଖାଇ ଚକିତ କରିଦେଇଥିଲେ। ଦୀର୍ଘ ସମୟ ଧରି ଯୁବକଙ୍କ ଏଭଳି ଅଜବ କାଣ୍ଡ ଜାରି ରହିଥିଲା। ଶେଷରେ ପୁଲିସ୍‌ ଏଥିରେ ହସ୍ତକ୍ଷେପ କରି ଯୁବକଙ୍କୁ ଗିରଫ କରିଛି। ଫଳରେ ଧାର୍ଯ୍ୟ […]

s

Hemant Lenka
  • Published: Wednesday, 16 December 2020
  • , Updated: 16 December 2020, 05:18 PM IST

ଲସଭେଗାସ: ରନ ୱେରେ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ପ୍ରସ୍ତୁତ ଥିଲା ବିମାନ। ହେଲେ ହଠାତ୍‌ ଏହାର ୱିଙ୍ଗ ବା ଡେଣା ଉପରେ ଚଢ଼ିଗଲେ ଜଣେ ଯୁବକ। ସେ ଡେଣା ଉପରେ କେବଳ ଚଢ଼ି ନଥିଲେ ବରଂ ଏହା ଉପରେ ନିଜର ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଦେଖାଇ ଚକିତ କରିଦେଇଥିଲେ।

ଦୀର୍ଘ ସମୟ ଧରି ଯୁବକଙ୍କ ଏଭଳି ଅଜବ କାଣ୍ଡ ଜାରି ରହିଥିଲା। ଶେଷରେ ପୁଲିସ୍‌ ଏଥିରେ ହସ୍ତକ୍ଷେପ କରି ଯୁବକଙ୍କୁ ଗିରଫ କରିଛି। ଫଳରେ ଧାର୍ଯ୍ୟ ସମୟ ଠାରୁ ୪୮ ମିନିଟ୍‌ ପରେ ବିମାନଟି ନିଜର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ କରିଥିଲା। ୱିଙ୍ଗ ଉପରେ ଯୁବକ ଜଣଙ୍କ କେମିତି ବସିଥିଲେ, ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଘଟଣାଟି ଲଭ ଭେଗାସରେ ଘଟିଛି।


ଷ୍ଟାଇଲ ଦେଖାଇଥିବା ଯୁବକ ଜଣଙ୍କ ହେଉଛନ୍ତି ଆଲେଜାଣ୍ଡ୍ରୋ କାର୍ଲସନ। ସେ ମ୍ୟାକକେରନ ଅନ୍ତର୍ଜାତୀୟ ଏୟାରପୋର୍ଟର ଟ୍ରାକ କନସାଇଟମେଣ୍ଟ ଉପରେ ଚଢ଼ିଥିଲେ। ଏହାପରେ ଯୁବକ ଜଣଙ୍କ ଆଲାସ୍କା ଏୟାରଲାଇନନ୍ସ ବିମାନର ୱିଙ୍ଗ ଉପରେ ବସି ପଡ଼ିଥିଲେ। ସେ ଏହା ଉପରେ କ୍ୟାଟୱକ କରିବା ସହ ହାତ ହଲାଇ ନିଜର ଷ୍ଟାଇଲ ମଧ୍ୟ ଦେଖାଇଥିଲେ।

ଶେଷରେ ସେ ନିଜର ଜୋତା ଓ ମୋଜା ମଧ୍ୟ ଖୋଲି ଦେଇଥିଲା। ଏହି ଦୃଶ୍ୟକୁ ବିମାନରେ ଥିବା ଯାତ୍ରୀମାନେ ମୋବାଇଲରେ ଶୁଟିଂ କରିଥିଲେ। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related story