କନ୍‌ଷ୍ଟେବଲ୍‌ଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ। ଆଜି ଜମ୍ମୁ-କଶ୍ମୀରର କୁଲଗାମ୍‌ରୁ ଆତଙ୍କବାଦୀମାନେ ଜଣେ କନଷ୍ଟେବଲ୍‌ଙ୍କୁ ଅପହରଣ କରିନେବା ପରେ ତାଙ୍କୁ ହତ୍ୟା କରିଛନ୍ତି। କୁଲଗାମରର ଏକ ପରିତ୍ୟକ୍ତ ପଡ଼ିଆରୁ ତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି। ତାଙ୍କ ନାଁ ସଲିମ ଅହମ୍ମଦ ଶାହା ଓ ସେ କଠୁଆରେ ତାଲିମ ନେଉଥିଲେ। ଗତକାଲି ସେ ଛୁଟି ନେଇ ଘରକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ଅପହରଣ କରି ନେଇଥିଲେ। ତାଙ୍କୁ ଖୋଜିବା […]

dc-Cover-a63k86dd3d9u5lj37a6chnmeg5-20180721181756.Medi

Rakesh Mallick
  • Published: Saturday, 21 July 2018
  • , Updated: 21 July 2018, 06:41 PM IST

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ। ଆଜି ଜମ୍ମୁ-କଶ୍ମୀରର କୁଲଗାମ୍‌ରୁ ଆତଙ୍କବାଦୀମାନେ ଜଣେ କନଷ୍ଟେବଲ୍‌ଙ୍କୁ ଅପହରଣ କରିନେବା ପରେ ତାଙ୍କୁ ହତ୍ୟା କରିଛନ୍ତି। କୁଲଗାମରର ଏକ ପରିତ୍ୟକ୍ତ ପଡ଼ିଆରୁ ତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର କରାଯାଇଛି। ତାଙ୍କ ନାଁ ସଲିମ ଅହମ୍ମଦ ଶାହା ଓ ସେ କଠୁଆରେ ତାଲିମ ନେଉଥିଲେ। ଗତକାଲି ସେ ଛୁଟି ନେଇ ଘରକୁ ଆସିଥିବା ବେଳେ ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ତାଙ୍କ ଘରେ ପଶି ଅପହରଣ କରି ନେଇଥିଲେ। ତାଙ୍କୁ ଖୋଜିବା ପାଇଁ ଉଭୟ ସେନା ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କ ମୃତଦେହ ମିଳିଛି। କଶ୍ମୀର ପୁଲିସ୍‌ ଏହି ଘଟଣାକୁ ନିନ୍ଦା କରିବା ସହ ଏକ ମାମଲା ରୁଜୁ କରିଛି। କୌଣସି ଆତଙ୍କବାଦୀ ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। କିଛିଦିନ ତଳେ ୪୪ ରାଷ୍ଟ୍ରୀୟ ରାଇଫଲ୍‌ର ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। କିଛି ସମୟ ପରେ ପୁଲୱାମାର ଗୁସୁ ଗାଁ ନିକଟ ରାସ୍ତା କଡ଼ରୁ ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ହେଲା ଦକ୍ଷିଣ କଶ୍ମୀରର ବିଭିନ୍ନ ଜିଲ୍ଲାରେ ଆତଙ୍କବାଦୀମାନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବାର ନଜିର ରହିଛି। ଆତଙ୍କବାଦୀମାନେ କେତେବେଳେ ସୁରକ୍ଷାକର୍ମଙ୍କୁ ଅପହରଣ କରି ନେଉଛନ୍ତି ତ ଆଉ କେତେବେଳେ ସେମାନଙ୍କ ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟି ନେଉଛନ୍ତି।

Related story