ରାଷ୍ଟ୍ରପତି ଭବନରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ନିଯୁକ୍ତ ହୋଇଥିବା ଜଣେ ଆସିଷ୍ଟାଣ୍ଟ ପୁଲିସ କମିଶନର କେରାନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଭବନର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଏବେ ଆକ୍ରାନ୍ତ ପୁଲିସ ଅଧିକାରୀଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରଯାଇଛି। ଏଥିସହିତ ସେ ନିୟୋଜିତ ଅଫିସ ଏବଂ ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆକ୍ରାନ୍ତ ଜଣଙ୍କ ପୂର୍ବ ଦିଲ୍ଲୀର କରକରଡୋମାରେ ଥିବା ସରକାରୀ ହାଉସିଂ […]

RASTRAPATI BHAVAN

Subhransu Sekhar
  • Published: Sunday, 17 May 2020
  • , Updated: 17 May 2020, 07:45 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ନିଯୁକ୍ତ ହୋଇଥିବା ଜଣେ ଆସିଷ୍ଟାଣ୍ଟ ପୁଲିସ କମିଶନର କେରାନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଭବନର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି।

ଏବେ ଆକ୍ରାନ୍ତ ପୁଲିସ ଅଧିକାରୀଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରଯାଇଛି। ଏଥିସହିତ ସେ ନିୟୋଜିତ ଅଫିସ ଏବଂ ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆକ୍ରାନ୍ତ ଜଣଙ୍କ ପୂର୍ବ ଦିଲ୍ଲୀର କରକରଡୋମାରେ ଥିବା ସରକାରୀ ହାଉସିଂ କଲୋନୀରେ ରୁହନ୍ତି। ଆକ୍ରାନ୍ତ ଏସପିଙ୍କ ଅଫିସ ରାଷ୍ଟ୍ରପତିଙ୍କ ଅଫିସ ପାଖରୁ ଦୂରରେ ରହିଛି। ସେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ନଥିଲେ।

ସୂଚନାଯୋଗ୍ୟ, ଗତମାସରେ ରାଷ୍ଟ୍ରପତି ଭବନରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଭବନରେ ୧୨୫ କର୍ମଚାରୀଙ୍କ ପାଇଁ ଥିବା କ୍ୱାର୍ଟର୍ସକୁ ସିଲ୍ କରାଯାଇଥିଲା।

Related story