୬ ଦେଶୀ ବୋମା କାରଖାନା ଜବତ୍, ୯ ଗିରଫ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି […]

crude bomb (1)

Subhransu Sekhar
  • Published: Sunday, 07 July 2019
  • , Updated: 07 July 2019, 04:27 PM IST

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍।

ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି ଭୁଶୁଡି ପଡ଼ିଥିଲା।

୨୦୧୭ ମସିହାରେ ଏହି ଜିଲ୍ଲାରେ ବୋମା ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନଜରରେ ରଖି ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା।

ଜବତ ହେବ ପରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି। ପୁଲିସ ବେଆଇନ ବୋମା କାରଖାନା ଚଲାଇଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରିଥିବା ବେଳେ ୬ଟି ଛୋଟ ବୋମା ତିଆରି କାରଖାନାକୁ ଜବତ୍ କରାଯାଇଥିବା ବୀରଭୂମ ଥାନା ଅଧିକାରୀ ଶ୍ୟାମ ସିଂହ କହିଛନ୍ତି।

Related story