ଲକଡାଉନ ବେଳେ ପୁଲିସ ଉପରକୁ ଆକ୍ରମଣ, ୭ ଗିରଫ

ଚଣ୍ଡିଗଡ: ପୁଲିସ ଉପରକୁ ଆକ୍ରମଣ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ୍। ପରିବା କିଣିବା ପାଇଁ ଆସି ପୁଲିସ ଉପରକୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଛୁରୀରେ ଆକ୍ରମଣ କରିବାରୁ ଜଣେ ପୁଲିସ ଅଧିକାରୀଙ୍କ ହାତ କଟିଯାଇଛି। ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆକ୍ରମଣ କରିବା ପରେ ସ୍ଥାନୀୟ ଗୁରୁଦ୍ୱାରରେ ଲୁଚିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ସର୍ଚ୍ଚ ଅପରେସନ କରି ତିନି ଜଣଙ୍କୁ ଗିରଫ କରିଥିଲା। ମୋଟ୍ ସାତ ଜଣଙ୍କୁ […]

PUNJAB POLICE ATTACKED

Subhransu Sekhar
  • Published: Sunday, 12 April 2020
  • , Updated: 12 April 2020, 01:15 PM IST

ଚଣ୍ଡିଗଡ: ପୁଲିସ ଉପରକୁ ଆକ୍ରମଣ ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ୍। ପରିବା କିଣିବା ପାଇଁ ଆସି ପୁଲିସ ଉପରକୁ ଏମାନେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଛୁରୀରେ ଆକ୍ରମଣ କରିବାରୁ ଜଣେ ପୁଲିସ ଅଧିକାରୀଙ୍କ ହାତ କଟିଯାଇଛି। ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆକ୍ରମଣ କରିବା ପରେ ସ୍ଥାନୀୟ ଗୁରୁଦ୍ୱାରରେ ଲୁଚିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ସର୍ଚ୍ଚ ଅପରେସନ କରି ତିନି ଜଣଙ୍କୁ ଗିରଫ କରିଥିଲା। ମୋଟ୍ ସାତ ଜଣଙ୍କୁ ପୁଲିସ୍ ଗିରଫ୍ କରିଥିବା ପଞ୍ଜାବ ପୁଲିସ ସୂଚନା ଦେଇଛି।

ପୁଲିସ କହିଛି, ୪-୫ ଜଣ ନିହାଙ୍ଗ (ପରମ୍ପରାଗତ ଭାବେ ଛୋଟିଆ ଛୁରୀ ରଖିବାକୁ ଅନୁମତି ପାଇଥିବା ଶିଖ୍) ଏକା ସାଙ୍ଗରେ ଗୋଟିଏ ଗାଡ଼ିରେ ଆସିଥିଲେ। ସକାଳ ୬ଟା ବେଳେ ମଣ୍ଡି ବଜାରରେ ଥିବା ପୁଲିସ ଅଧିକାରୀ ଏମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଅଧିକାରୀ ଜଣଙ୍କ ପାସ୍ ଦେଖାଇବାକୁ କହିଥିଲେ। ହେଲେ ସେମାନେ ଗାଡ଼ିର ଡୋରକୁ ହଠାତ୍ ଧକ୍କା ମାରିଥିଲେ। ଏହାପରେ ପୁଲିସ ଅଧିକାରୀ ଜଣଙ୍କ ଆହତ ହୋଇଥିଲେ ବୋଲି ପଟିଆଲାର ବରିଷ୍ଠ ପୁଲିସ ଅଧିକାରୀ ମନଦୀପ ସିଂହ ସିଦ୍ଧୁ କହିଛନ୍ତି।

ଏହି ବ୍ୟକ୍ତିମାନେ ଛୁରୀରେ ଏସଆଇ ହରଜିତ ସିଂହଙ୍କ ହାତ ମଧ୍ୟ କାଟି ଦେଇଛନ୍ତି। ସେହିପରି ପଟିଆଲା ସଦର ଥାନା ଏସଏଚଓ ବିକର ସିଂହଙ୍କ କହୁଣୀ ଏବଂ ଏସଆଇ ରାଜ ସିଂହଙ୍କ ବମ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆହତଙ୍କୁ ପିଜିଆଇଏମଇଆର ଚଣ୍ଡିଗଡକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଉପରକୁ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ, ପଞ୍ଜାବରେ ଲକଡାଉନ୍ ସହିତ କର୍ଫ୍ୟୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ପୁଲିସ ଉପରକୁ ତିନି ଥର ଆକ୍ରମଣ ହୋଇଛି।

Related story